www.samajalive.in
Saturday, December 13, 2025
26.1 C
Bhubaneswar

ଆମ ଗାଁ ଆମ ବିକାଶ : ୧୧୪ ପ୍ରକଳ୍ପକୁ ୪ କୋଟି ୫୬ ଲକ୍ଷ ଟଙ୍କା ମଞ୍ଜୁର

ମୋହନା : ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୧୪ଟି ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୪ କୋଟି ୫୬ ଲକ୍ଷ୍ୟ ଟଙ୍କା ମଞ୍ଜୁର କରିବା ସହିତ ସମୟ ସୀମା ମଧ୍ୟରେ ସମସ୍ତ କାମ ସାରିବାକୁ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଅଙ୍ଗନାବାଡି କର୍ମୀ,ସ୍ବୟଂ ସହାୟିକା ଗୋଷ୍ଠୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ବିଶେଷକରି ୩୯ ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ କୋଠଘର ନିର୍ମାଣ, ଗୋଷ୍ଠୀ ସାଂସ୍କୁୃତିକ ମଣ୍ଡପ ନିର୍ମାଣ, ପୋଖରୀ ପୁନରୁଦ୍ଧାର, ଗାଧୁଆ ତୋଠ ଓ ପୋଷାକ ପରିବର୍ତ୍ତନ ଗୃହ ନିର୍ମାଣ ପାଇଁ ୪ ରୁ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ଓଡିଶାର ଦ୍ୱିତୀୟ ବୃହତମ ବ୍ଳକ ମୋହନା ହୋଇଥିବା ବେଳେ ଏତେ କମ୍ ସଂଖ୍ୟକ ପ୍ରକଳ୍ପ ଓ ଅର୍ଥ ମଞ୍ଜୁର ହୋଇଥିବା ଯୋଗୁଁ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ମୋହନା ଗୋଷ୍ଠି ଉନ୍ନୟନ ଅଧିକାରୀ ବଂଶିଧର ଖୋସଲାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଅନାମ ପାତ୍ର, ଜିଲ୍ଲା ଚିକିତ୍ସା ଅଧିକାରୀ ବିପିନି ବିହାରୀ ପାଣିଗ୍ରାହୀ, ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଲ୍ଲିକ, ମୋହନା ତହସିଲଦାର ସିମାଚଂଳ ମଣ୍ଡଳ, ମୋହନା ବିଧାୟିକା ବାସନ୍ତି ମଲ୍ଲିକଙ୍କ ସମେତ ମୋହନା ବ୍ଳକର ଶହ ଶହ ସାଧାରଣ ଲୋକ ଓ କର୍ମୀ ଉପସ୍ଥିତ ଥିଲେ।  ଶେଷରେ ବ୍ଳକ ଅଧ୍ୟକ୍ଷା ସୁଖୀ ଶବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories