www.samajalive.in
Sunday, December 14, 2025
26.1 C
Bhubaneswar

ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟରେ କେନ୍ଦ୍ରର ଯୁକ୍ତି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରାଯିବା ସମ୍ବନ୍ଧୀୟ ଆବେଦନକୁ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟରେ ବିରୋଧ କରିଛନ୍ତି। ରାଜୀବଙ୍କ ୭ ଜଣ ହତ୍ୟାକାରୀଙ୍କୁ ମୁକ୍ତ କରିବା ନେଇ ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି, ରାଜୀବଙ୍କ ହତ୍ୟାକାରୀମାନଙ୍କୁ ମୁକ୍ତ କରିବା ଦ୍ୱାରା ଦେଶ ଏବଂ ବିଶ୍ୱରେ ଏକ ଭୟଙ୍କର ବାର୍ତ୍ତା ପ୍ରସାର ହେବ। କାରଣ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନୃଶଂସ ହତ୍ୟା ସହିତ ଏହି ମାମଲା ଜଡିତ। ବିଦେଶୀ ଆତଙ୍କବାଦୀ ସଂଗଠନର ସୁପରିକଳ୍ପିତ ଯୋଜନା କ୍ରମେ ରାଜୀବଙ୍କୁ ଏମାନେ ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହାକୁ ଦୃଷ୍ଟିରେ ରଖି ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ସ୍ଥଗିତ ରଖିବାକୁ ପଡିଥିଲା। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା।
ମହିଳା ମାନବ ବୋମା ବ୍ୟବହାର କରାଯାଇ ଯେଉଁଭଳି ଢଙ୍ଗରେ ରାଜୀବଙ୍କ ହତ୍ୟା କରାଯାଇଥିଲା ତାହାକୁ ତଳ କୋର୍ଟ ମଧ୍ୟ ବିରଳରୁ ଅତି ବିରଳ ଘଟଣା ବୋଲି ଦର୍ଶାଇଥିଲେ। ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଏହି ଘଟଣାରେ ଦୋଷୀମାନଙ୍କୁ ମୁକ୍ତ କରାଯିବା ମାମଲାକୁ ନ୍ୟାୟିକ ତଥା ପ୍ରଶାସନିକ ସ୍ତରରେ ତର୍ଜମା କରାଯାଇଛି। ଯଦି ଏହି ମାମଲାର ୪ ଜଣ ବିଦେଶୀ ହତ୍ୟାକାରୀଙ୍କୁ ମୁକ୍ତ କରାଯାଏ ତା’ଦ୍ୱାରା ଅନ୍ୟ ବିଦେଶୀ କଏଦୀଙ୍କ ମାମଲା ଉପରେ ସାଙ୍ଘାତିକ ପ୍ରଭାବ ପଡିବ ମନ୍ତ୍ରଣାଳୟ ଏହାର ସତ୍ୟପାଠରେ ଦର୍ଶାଇଛି।
ଉଲ୍ଲେଖ ଯେ ରାଜୀବ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୭ ବର୍ଷ ଧରି କାରାବନ୍ଦୀ ଥିବା ୭ ଜଣ ହତ୍ୟାକାରୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ୨୦୧୮ ଫେବୃଆରୀ ୧୮ରେ ଆଜୀବନ କାରାଦଣ୍ଡକୁ କୋହଳ କରିଥିଲେ। ଏହାର ଦିନକ ପରେ ତାମିଲନାଡୁ ସରକାର ଏହି ହତ୍ୟାକାରୀମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ; କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ସର୍ବୋଚ୍ଚ ଅଦାଲତ ଫେବୃଆରୀ ୨୦ରେ ସ୍ଥଗିତାଦେଶ ଦେଇଥିଲେ। ଏ ସମ୍ବନ୍ଧୀୟ ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ହତ୍ୟାକାରୀଙ୍କୁ ମୁକ୍ତ କରିବା ସମ୍ବନ୍ଧୀୟ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ୧୯୯୧ ମେ’ ୨୧ରେ ତାମିଲନାଡୁରେ ଏକ ନିର୍ବାଚନୀ ର‍୍ୟାଲି ବେଳେ ରାଜୀବଙ୍କୁ ଶ୍ରୀଲଙ୍କା ଉଗ୍ରବାଦୀ ସଂଗଠନ ଏଲ୍‍ଟିଟିଇ ଜଣେ ମହିଳା ଆତ୍ମଘାତୀଙ୍କ ଦ୍ୱାରା ନିର୍ମମ ହତ୍ୟା କରିଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଆଖପାଖରେ ଉପସ୍ଥିତ କିଛି ଲୋକଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ବିଭିନ୍ନ ସ୍ଥାନରେ ବିଛାଡି ହୋଇପଡିଥିଲା। ଏଥିରେ ଅନ୍ୟ ୧୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ବହୁ ଲୋକ ଆହତ ହୋଇଥିଲେ। ୯ ଜଣ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories