www.samajalive.in
Monday, December 8, 2025
24.1 C
Bhubaneswar

ଫଳ ଚୟନର ନିୟମ

ସ୍ୱାସ୍ଥ୍ୟ ପାଇଁ ବିଭିିନ୍ନ ପ୍ରକାର ଫଳର ସେବନ ନିତ୍ୟାନ୍ତ ଆବଶ୍ୟକ। ଏହା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ପ୍ରଦାନ କରିଥାଏ। ଖରାଦିନରେ ବିଭିନ୍ନ ଫଳ ମଧ୍ୟରେ ଆମ୍ବ ଓ ତରଭୂଜ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ। ତେଣୁ ଲୋକେ ବହୁ ମାତ୍ରାରେ ଏହି ଦୁଇଟି ଫଳ କିଣିଥାଆନ୍ତି। ମାତ୍ର ସଭିଏଁ ଧ୍ୟାନ ଦେଇନଥାଆନ୍ତି ଯେ, ଏହା ପ୍ରାକୃତିକ ଉପାୟରେ ଫଳ ପାଚିଛି ବା ଫଳକୁ ପଚାଇବା ପାଇଁ କ୍ଷତିକାରକ କେମିକାଲକୁ ବ୍ୟବହାର କରାଯାଇଛି। ତେଣୁ ଜାଣନ୍ତୁ ଯେଉଁ ସମୟରେ ଆପଣ ଫଳ କିଣିବେ କିପରି ଜାଣିବେ ତାହା ପ୍ରାକୃତିକ ଉପାୟରେ ପାଚିଛି ବା କେମିକାଲ ଦ୍ୱାରା…….
କେମିକାଲ ଦ୍ୱାରା ପଚା ଯାଇଥିବା ଫଳର ବିଭିନ୍ନ ସ୍ଥାନ ଦାଗ ହୋଇଥାଏ ଓ ଫଳର ପ୍ରାକୃତିକ ରଙ୍ଗ ଠାରୁ ଏହାର ରଙ୍ଗ ଅଧିକ ଗାଢ ହୋଇଥାଏ।
ଏତଦ ବ୍ୟତୀତ ଯେଉଁ ଆମ୍ବକୁ କାର୍ବ୍ରାଇଡ ଦ୍ୱାରା ପଚାଯାଏ, ଦୁଇ ଦିନ ମଧ୍ୟରେ ଆମ୍ବର ବିଭିନ୍ନ ସ୍ଥାନ କଳା ହୋଇଯାଏ।
କାର୍ବାଇଡ ଦ୍ୱାରା ପଚା ଯାଇଥିବା ଫଳର ମଧ୍ୟଭାଗ ମିଠା ଲାଗିଥାଏ, ମାତ୍ର ତା’ର ଚାରିପାଖ ମିଠା ଲାଗେ ନାହିଁ। ତେଣୁ ଦାଗ ନ ଥିବା ଫଳ କିଣନ୍ତୁ। ଏହାସହ ଫଳ କିଣିବା ସମୟରେ ସର୍ବଦା ଚାଖିବା ପରେ ହିଁ ଫଳ କିଣନ୍ତୁ।

 

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories