www.samajalive.in
Wednesday, December 10, 2025
16.1 C
Bhubaneswar

ଏଣିକି ୨୦୦୦ ଦର୍ଶକ ଦେଖିବେ ଯାତ୍ରା

-ସାଢେ ତିନିଲକ୍ଷ କଳାକାର ଆଶ୍ବସ୍ତ,-କୋଭିଡ ନିର୍ଦେଶନାମା ମାନିବେ

ଭୁବନେଶ୍ବର : ପୁଣି ଶୁଭିବ ସଂଳାପ। ରଙ୍ଗବେରଙ୍ଗ ଆଲୁଅରେ ଦୁଲୁକିବ ମଞ୍ଚ। ରେକର୍ଡ ଡ୍ୟାନ୍ସ ସାଙ୍ଗକୁ ମୁହଁରେ ରଙ୍ଗ ମାଖି କଳାକାରମାନେ ସେମାନଙ୍କ କଳାଚାତୁରୀ ଦେଖାଇବେ। କରୋନା ଦୁଃଖରୁ ଲାଘବ ମିଳିବ। ଉଦାସ ଥିବା କଳାକାର ଓ ଦର୍ଶକ ଉଭୟ ମନୋରଞ୍ଜନର ଖୋରାକ ପାଇବେ। ଦୀର୍ଘ ୧୧ ମାସ ପରେ ସରକାର କଳାକାରଙ୍କ ଦୁଃଖ ଶୁଣିଛନ୍ତି। ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ସରକାର ଅନୁମତି ଦେଇଛନ୍ତି। ଛଅ ଦିନ ହେଲା ଅନଶନରେ ବସିଥିବା କଳାକାର ଓ କର୍ମଚାରୀ ସଂଘ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଭାବବିହ୍ବଳ ହୋଇ ସଂଘ ରାଜ୍ୟ ସରକାର, ଗଣମାଧ୍ୟମ, ବିରୋଧୀ ଦଳ ନେତା ତାରା ବାହିନୀପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରକାର ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ତାହାକୁ ପାଳନ କରି ଯାତ୍ରା ପରିବେଷଣ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଆବଶ୍ୟକସ୍ଥ‌େ‌ଳ ଟିକଟ କାଉଣ୍ଟର ବଢାଇବା ସହିତ ଅନଲାଇନରେ ଟିକଟ ପାଇଁ ବ୍ୟବସ୍ଥା କରାଯିବ ବୋଲି ସଂଘର ସମ୍ପାଦକ ଆର.କେ ହୀରାଲାଲ କହିଛନ୍ତି। ସେହିପରି ପୂର୍ବରୁ ଯାତ୍ରା କଳାକାରଙ୍କ ପକ୍ଷରୁ ଦିଆଯାଇଥିବା ଦାବିକୁ ପୂରଣ କରିବାକୁ ବା ଏ ସମ୍ପର୍କରେ ଆଲୋଚନା କରିବାକୁ ମଧ୍ୟ ସଂଘ ଅନୁରୋଧ କରିଛି।
କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ଏହାସହିତ ୬ ଫୁଟ ଦୂରତ୍ୱରେ ଦର୍ଶକ ବସିବେ। ଯେତେସମ୍ଭବ ଭିଡକୁ ଏଡାଇବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଯାହାବି ହେଉ ଏହା ଓଡିଶାର ସାଢେ ତିନିଲକ୍ଷ କଳାକାରଙ୍କୁ ସରକାର ଆଶ୍ବସ୍ତି ଦେଇଛି। ଅପରାହ୍ଣରେ ଏସମ୍ପର୍କରେ ଜଣାପଡିବା ପରେ ଯାତ୍ରା ସଂଘ ଲୋୟର ପିଏମ୍‌ଜିରେ ଉତ୍ସବର ମାହୋଲ ଦେଖାଦେଇଥିଲା। ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇବା ସହିତ ଅନଶନ ଟେଣ୍ଟ ଭିତରେ କିଛି ସଂଳାପ ମଧ୍ୟ କହିଥିଲେ। ଏନେଇ ଯାତ୍ରା ନିର୍ଦେଶକ ତଥା ଅଭିନେତା ଅଶ୍ରୁମୋଚନ ମହାନ୍ତି କହିଛନ୍ତି ନିଶ୍ଚିତ ଭାବେ ଖୁସି ଲାଗୁଛି। ସରକାର ଆମ କଥା ଶୁଣିଛନ୍ତି। ଦୀର୍ଘ ଦିନ ହେଲା କଳାକାରମାନେ ଚିନ୍ତାରେ ଥିଲେ ଏବଂ ଏହି ସମସ୍ୟାର ସମାଧାନ ହେଲା। ସେହିପରି ଯାତ୍ରା କଳାକାର ଓ କର୍ମଚାରୀ ସଂଘର ସଭାପତି ତଥା ଅଭିନେତା ଦୈତାରୀ ପଣ୍ଡା କହିଛନ୍ତି ରାଜ୍ୟ ସରକାର ଅନୁମତି ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ। ଏହାଦ୍ବାରା ଯାତ୍ରା ଉପରେ ନିର୍ଭର କରି ବଞ୍ଚୁଥିବା କଳାକାର, ମାଲିକ ଏବଂ ଅନ୍ୟାନ୍ୟ କର୍ମଚାରୀ ଜୀବନଜୀବିକା ଫେରିପାରିବେ। ଯାତ୍ରା ପ୍ରଯୋଜକ ସତ୍ୟ ଜେନା କହିଛନ୍ତି ଯାହା ବି ହେଉ ଶେଷରେ ରାଜ୍ୟ ସରକାର କଳାକାରଙ୍କ ଦୁଃଖ ଶୁଣିଛନ୍ତି ଏହାଠାରୁ ବଢ କଥା ଆଉ କ’ଣ ହୋଇପାରେ। ଏଣିକି କରୋନା ନିୟମକୁ ମାନ ଆମେ ଯାତ୍ରା କରିବୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories