www.samajalive.in
Tuesday, December 9, 2025
16.1 C
Bhubaneswar

ଚିନ୍ତା ବଢ଼ାଇଲେଣି ୮ରାଜ୍ୟ

-ମହାରାଷ୍ଟ୍ରର ଦୁଇ ସହରରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି,-ଆନ୍ତର୍ଜାତିକ ବିମାନ ଉଡ଼ାଣ ମାର୍ଚ୍ଚ ୩୧ ଯାଏ ନିଷେଧ

ନୂଆଦିଲ୍ଲୀ : ଦେଶର ୮ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ହାର ୭୬ ପ୍ରତିଶତ ରହିଥିବାବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଦେଶରେ ଗତ ୨୪ ଘଣ୍ଟାରେ ୧୬,୪୮୮ ନୂଆ ସଂକ୍ରମିତ ହୋଇଥିଲାବେଳେ ୧୧୩ଜଣ ପ୍ରାଣ ହରାଇଛନ୍ତି। ଦେଶରେ ଏବେସୁଦ୍ଧା ୧୧୦୭୯୯୭୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୫୬୯୩୮ ଜଣ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂଖ୍ୟା ୧୫୯୫୯୦ ରହିଥିବାବେଳେ ୧୦୭୬୩୪୫୧ ସୁସ୍ଥ ହୋଇଛନ୍ତି।
ତେଲଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି। ଏହି ରାଜ୍ୟରେ ୮,୩୩୩ ନୂଆ ସଂକ୍ରମିତ ହୋଇଛନ୍ତି। ଏହା ପଛକୁ ରହିଛି କେରଳ; ଯେଉଁଠି ୩,୬୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛି ପଞ୍ଜାବ। ଏଠାରେ ୬୨୨ ସଂକ୍ରମିତ ହୋଇଛନ୍ତି। ଦେଶରେ ଚିହ୍ନଟ ହୋଇଥିବା ୧୬,୪୮୮ ନୂଆ ସଂକ୍ରମଣ ମାମଲାରୁ ୮୫.୭୫% ସଂକ୍ରମିତ ହେଉଛନ୍ତି ଉପରୋକ୍ତ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ରାଜ୍ୟର ୩୬ ଜିଲା ମଧ୍ୟରୁ ୨୮ଟିରେ ସଂକ୍ରମଣ ବଢ଼ିଚାଲିଛି। ପ୍ରତି ଜିଲା ପ୍ରଶାସନକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଥିବା‌ବେଳେ ଅମରାବତୀ ଜିଲାର ୨ଟି ସହର ଅମରାବତୀ ଓ ଆଚଲପୁରରେ ଜାରି ୭ ଦିନିଆ ‘ଲକଡାଉନ’ ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଅଞ୍ଚଳରେ ମାର୍ଚ୍ଚ ୮ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଶନିବାର ଘୋଷଣା କରାଯାଇଛି। ଏଥିସହିତ ଅଞ୍ଜନଗାଓଁ ସୁରଜୀ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ମିଳୁଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଷ୍ଠାନକୁ ବନ୍ଦ ରଖିବାକୁ କୁହାଯାଇଛି। ମାର୍ଚ୍ଚ ୮ପରେ ଜିଲା ପ୍ରଶାସନ ପରିସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନେବେ।
ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ଯାଏ ନିଷେଧ କରାଯାଇଛି। ଏନେଇ ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି। ମାଲବାହୀ ବିମାନ ଓ ଡିଜିସିଏ ଅନୁମତିପ୍ରାପ୍ତ ବିମାନଗୁଡ଼ିକ ପ୍ରତି ଏହା ଲାଗୁ ହେବନାହିଁ। ପୂର୍ବରୁ ଏହା ଫେବୃଆରୀ ୨୮ ଜାରି ହୋଇଥିଲା। ଆନ୍ତର୍ଜାତିକ ବିମାନ ଚଳାଚଳ ଗତ ବର୍ଷ ମାର୍ଚ୍ଚ ୨୩ ରୁ ବନ୍ଦ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories