www.samajalive.in
Sunday, December 14, 2025
26.1 C
Bhubaneswar

ଗୋଟିଏ ଜୁଇରେ ଜଳିଳା ଦୁଇ ଦାଦନଙ୍କ ମୃତଦେହ

କଲମପୁର : ଶୁକ୍ରବାର ବିଳମ୍ବିତ ରାତିରେ ଗାଁ କୁ ପହଂଚିଲା ଦୁଇ ଯୁବ ଦାଦନଙ୍କ ମୃତଦେହ। ଶୋକାକୁଳ ପରିବେଶ ମଧ୍ୟରେ ଶନିବାର ସକାଳେ ଗୋଟିଏ ଜୁଇରେ ଜଳିଲା ଦୁଇ ଜଣଙ୍କ ମୃତଦେହ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲା ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର ପଞ୍ଚାୟତ ଅନ୍ତର୍ଗତ ପେରଗୁନି ପଡାର ବହୁ ଯୁବକଙ୍କ ସମେତ ବେନାଦାର ମାଝୀଙ୍କ ପୁଅ ମନୋହର (୨୩) ଓ ଦାହା ମାଝୀଙ୍କ ପୁଅ ଉପେନ୍ଦ୍ର (୨୦), ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ କୁମ୍ପୁଲିକୁ ଗତ ତିନିମାସ ତଳେ କିଛି ରୋଜଗାର କରିବା ଆଶାରେ ଯାଇଥିଲେ। ସେଠାରେ ଫାୟାର ଫିଲ୍ଡ ନାମକ ଏକ କନଷ୍ଟ୍ରକସନ୍ କମ୍ପାନୀରେ କାମ କରୁଥିଲେ। ଗତ ମଙ୍ଗଳବାର ଦିନ କାମ କରୁଥିବା ବେଳେ କମ୍ପାନିର ଏକ ଏକ ଛଡ ବୋଝେଇ ଟ୍ରଲି ଓଲଟି ପଡିବାରୁ ତଳେ ଥିବା ଶ୍ରମିକଙ୍କ ଉପରେ ଅଜାଡି ହେଇ ପଡିଥିଲା। ସେହି ତଳେ ମନୋହର ଓ ଉପେନ୍ଦ୍ର ଥିଲେ। ଲୁହା ଛଡ ପଡିବାରୁ ସେମାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା। ଏନେଇ କମ୍ପାନୀ ତରଫରୁ ତୁରନ୍ତ ବସିରାବାଦ ପୁଲିସ ଷ୍ଟେସନରେ ଲିଖିତ ଅଭିଯୋଗ ପରେ ମୃତଦେହ ଜବତ କରିବା ସହ ସ୍ଥାନୀୟ ଗାନ୍ଧି ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏକ ଆମ୍ବୁଲେନ୍ସ ଯୋଗେ ପେରଗୁନିପଡାକୁ ମୃତଦେହ ପହଂଚିବା ପରେ ଶୋକାକୁଳ ପରିବେଶରେ ଉଭୟ ଯୁବକଙ୍କ ମୃତଦେହକୁ ଗୋଟିଏ ଜୁଇରେ ଜଳାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories