www.samajalive.in
Sunday, December 14, 2025
23.1 C
Bhubaneswar

ଏସିଆ କପ୍‍ ଖେଳିବେନି ସାକିବ

ଢାକା : ଆସନ୍ତା ସେପ୍ଟେମ୍ବରରେ ସଂଯୁକ୍ତ ଆରବ ଏମିରେଟ୍‍ସରେ ଏସିଆ କପ୍‍ କ୍ରିକେଟ ଆୟୋଜିତ ହେବ। ତେବେ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ୍‍ ହାସାନ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଜଣାପଡିଛି। ଏହି ସମୟରେ ତାଙ୍କ ଆଙ୍ଗୁଠିରେ ଅସ୍ତ୍ରୋପଚାର ହେବ ବୋଲି ସାକିବ ଜଣାଇଛନ୍ତି। ଚଳିତବର୍ଷ ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଥିବାବେଳେ ସାକିବ ବାମହାତ ଆଙ୍ଗୁଠିରେ ଆଘାତ ପାଇଥିଲେ। ଫଳରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଓ ଟ୍ୱେଣ୍ଟି୨୦ ସିରିଜରୁ ସେ ବାଦପଡିଥିଲେ। ଅଷ୍ଟ୍ରେଲିଆରେ ଚିକିତ୍ସିତ ହେବାପରେ ସାକିବ ମାର୍ଚ୍ଚରେ ଶ୍ରୀଲଙ୍କାରେ ଆୟୋଜିତ ନିଦହାସ୍‍ ଟ୍ରଫିରେ ଅଂଶଗ୍ରହଣ କରିଥିଲେ। ତେବେ ଆଙ୍ଗୁଠିରେ ଅସ୍ତ୍ରୋପଚାର କରିବାକୁ ଅଷ୍ଟ୍ରେଲିଆରେ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। ସାକିବ ଏହି ପରାମର୍ଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ନିକଟରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିଲେ। ସେଠାରେ ଟ୍ୱେଣ୍ଟି୨୦ ସିରିଜ ଖେଳୁଥିବାବେଳେ ପୁଣି ଆଙ୍ଗୁଠିରେ ଯନ୍ତ୍ରଣା ଅନୁଭବ କରିବାପରେ ସାକିବ ବର୍ତ୍ତମାନ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories