www.samajalive.in
Sunday, December 14, 2025
26.1 C
Bhubaneswar

୧୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ଭାଲୁ

ନବରଙ୍ଗପୁର : ବନ ବିଭାଗର ଅନେକ କସରତ ଓ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହେଲା ପରିତ୍ୟକ୍ତ କୂଅରେ ପଡିଥିବା ଭାଲୁ। ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଦେଉଳା ଗ୍ରାମର ଏକ ପରିତ୍ୟକ୍ତ କୂଅରେ ସୋମବାର ରାତିରେ ଭାଲୁ ପଡିଥିବା ଦେଖି ଗ୍ରାମବାସୀ ନବରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ପରିସ୍ଥିତି ଅନୁଧ୍ୟାନ ପରେ ବନ ବିଭାଗର ଉଦ୍ଧାରକାରୀ ଦଳର ସ୍ୱତନ୍ତ୍ର ଟିମ୍ ଦଉଡିରେ ସାହାଯ୍ୟରେ ଭାଲୁକୁ ଫାଶ ପକାଇ କୂଅ ଭିତରୁ ଉଦ୍ଧାର କରିଛନ୍ତି।

ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ପ୍ରସ୍ତୁତ ସୁରକ୍ଷିତ ଲୁହା ଜାଲିର ଯନ୍ତାରେ ଭାଲୁକୁ ଉଦ୍ଧ।ର କରାଯାଇଛି। ଖାଦ୍ୟ ଅନ୍ୱେଷଣରେ ରାତିର ଅନ୍ଧକାରରେ ଜଙ୍ଗଲରୁ ବାହାରି ଗାଁ ମୁହାଁ ଭାଲୁ ପରିବା ଚାଷ ଜମିକୁ ଆସିଥିଲା। ହେଲେ ଭୋକର ମାତ୍ରା ଏତେ ପ୍ରବଳ ଥିଲା ଯେ, ସେ ଖାଦ୍ୟ ଖୋଜୁ ଖୋଜୁ କୂଅକୁ ଦେଖିପାରିନଥିଲା ଏବଂ ଖସିପଡିଥିଲା ପ୍ରାୟ ୨୦ଫୁଟ ଗଭୀର ଖାଲରେ। ଅନେକ ଚେଷ୍ଟା କରି ମଧ୍ୟ ଭାଲୁ କୁଅରୁ ବାହାରି ପାରିନଥିଲା। ତେବେ ଭୋକିଲା ପେଟ ଓ ଖାଲରୁ ନିଃସହାୟ ଭାବେ ବାହାରିବା ପାଇଁ ଚିତ୍କାର କରିବାରେ ଲାଗିଥିଲା। ଖାଲ ଭିତରୁ ଭାଲୁର ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଭାଲୁ କୁ ସୁରକ୍ଷିତ ଭାବେ ଖାଲ ରୁ ଉଦ୍ଧାର ପ୍ରସ୍ତୁତ ଘଟଣା ସ୍ଥଳରେ ପହଞ୍ଚି ଥିଲା ନବରଙ୍ଗପୁର ବନ ବିଭାଗ ଓ ଉଦ୍ଧାରକାରୀ ଦଳ । ଉପସ୍ଥିତ ଜନତାକୁ ଘଉଡାଇବା ସହ ଆରମ୍ଭ କରିଥିଲା ଅପରେସନ ଭାଲୁ । ବନବିଭାଗର ୧୦ ଘଣ୍ଟାର ଅନେକ କସରତ ଓ ପରିଶ୍ରମ ପରେ କୂଅରୁ ଉଦ୍ଧାର ହୋଇଥିଲା ଭାଲୁ। ଦୁଇଥର ଭାଲୁକୁ ଦଉଡିରେ ଫାଶ ପକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା ବନ ବିଭାଗ। ଭାଲୁ ରାତିରୁ କୂଅ ମଧ୍ୟରେ ପଡିରହିବା ପରେ ରାତି ତମାମ ପଦାକୁ ବହାରିବାପାଇଁ ଅନେକ ଚେଷ୍ଟା କରି ଥକି ଯାଇ ଶୋଇପଡିଥିଲା ବା ଅଚେତ ଅବସ୍ଥାରେ ପଡି ରହିଥିଲା। ଯାହାଫଳରେ ଭାଲୁକୁ ଫାଶ ପକାଇବା ସକ୍ଷମ ହୋଇନଥିଲା, ଶେଷରେ ଭାଲୁ ଉପରେ ଦୁଇ ବାଲ୍‌ଟି ପାଣି ଢାଳି ଭାଲୁକୁ ସତେଜ କରିବା ପରେ ସେ ଠିଆ ହୋଇ କୂଅଁ ଭିତରେ ବୁଲିବା ସମୟରେ ଫାଶ ପକାଇ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ ଭାଲୁକୁ ଯନ୍ତା ମଧ୍ୟରେ ରଖାଯାଇଛି। ଉଦ୍ଧାର ସମୟରେ ଭାଲୁ ସାମାନ୍ୟ ଆହତ ହୋଇଥିବାରୁ ଭାଲୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭାଲୁକୁ ସୁରକ୍ଷିତ ଭାବେ ଅଜଣା ସ୍ଥାନରେ ରଖାଯାଇ ରାତିରେ ଜଙ୍ଗଲକୁ ଛଡ଼ାଯିବ ବୋଲି ନବରଙ୍ଗପୁର ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ସୂଚନା ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories