www.samajalive.in
Saturday, December 13, 2025
26.1 C
Bhubaneswar

ଓଡିଶା କୃଷକ ସଭା ପକ୍ଷରୁ ଶୋଭାଯାତ୍ରା

ମୋହନା : ଗଜପତି ଜିଲ୍ଲା ମୋହନାରେ ଓଡିଶା କୃଷକ ସଭା ମୋହନା ଆଞ୍ଚଳିକ କମିଟି ପକ୍ଷରୁ ୫ ଦଫା ଦାବି ନେଇ ଶୋଭାଯାତ୍ରା କରାଯାଇଛି।  ଜିଲ୍ଲା କମିଟି ସଦସ୍ୟ ମାନସ ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ହାଇସ୍କୁଲ ଛକରୁ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ତହସିଲଦାର ସିମାଂଚଳ ମଣ୍ଡଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି କୃଷକ ଓ କୃଷି ଶ୍ରମିକମାନଙ୍କୁ ଋଣ ବୋଝରୁ ମୁକ୍ତ, ସ୍ୱାମୀ ନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଯାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ ଗୁଣ କରାଯିବା ପାଇଁ ଦାବି କରିଛନ୍ତି। ଏଥିସହ କୃଷି ଉତ୍ପାଦନ ସମ୍ପର୍କୀୟ ବିନିଯୋଗ ହ୍ରାସ ପାଇଁ କୀଟନାଶକ ଓ କୃଷି ଯନ୍ତ୍ରପାତି ତଥା କୃଷି ଉପକରଣ ଉପରେ ରିଆତି ବୃଦ୍ଧି କରିବା ଓ ପ୍ରକୃତ କୃଷକଙ୍କ ନାମରେ ଜମି ଜମାର ରେକର୍ଡ କରାଯାଇ ତୁରନ୍ତ ପଟ୍ଟା ପ୍ରଦାନ ସହ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬କୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଦାବି କରିଛନ୍ତି । ଏହି ଶୋଭାଯାତ୍ରାରେ ତ୍ରୀନାଥ ରଇତଙ୍କ ସହିତ ବହୁ ମହିଳା/ପୁରୁଷ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories