www.samajalive.in
Sunday, December 14, 2025
26.1 C
Bhubaneswar

ତିନି ତଲାକ୍‍ ବିଲ୍‍ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ, ମାଜିଷ୍ଟ୍ରେଟଙ୍କଠାରୁ ମଳିପାରିବ ଜାମିନ

ନୂଆଦିଲ୍ଲୀ : ତିନି ତଲାକ ବିଧେୟକରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ୍‍ ଗୁରୁବାର ମଞ୍ଜୁରୀ ପ୍ରଦାନ କରିଛି। ଏହାକୁ ଜାମିନ ବିହୀନ ଅପରାଧ ଭାବେ ବିଚାର କରାଯିବ। ତେବେ ମାଜିଷ୍ଟ୍ରେଟ୍‍ଙ୍କ ଦ୍ୱାରା ଏହି ଅପରାଧରେ ଜାମିନ୍‍ ମିଳିପାରିବ।
୨୦୧୯ ନିର୍ବାଚନ ପୂର୍ବରୁ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ତ୍ୱରିତ ଛାଡପତ୍ର ବ୍ୟବସ୍ଥା ତିନି ତଲାକ ବିରୋଧରେ ପ୍ରସ୍ତୁତ ବିଧେୟକକୁ ଆଇନର ରୂପ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ଫଳରେ ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବ ବୋଲି ଅନେକ ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ମୁସଲମାନ ସମ୍ପ୍ରଦାୟର ରାଜନେତା ଓ ସଂଗଠନଗୁଡ଼ିକ ଏହି ବିଧେୟକକୁ ବିରୋଧ କରିବା ପରେ ଏହା ବିବାଦୀୟ ହୋଇପଡ଼ିଥିଲା। ବିରୋଧୀ ଦଳଗୁଡ଼ିକ ବିଧେୟକର କିଛି ନିୟମ ଓ ପ୍ରାବଧାନକୁ ନେଇ ଆପତ୍ତି ଉଠାଇଥିଲେ। ଏଥିଯୋଗୁଁ ରାଜ୍ୟସଭାରେ ଏହି ବିଧେୟକ ପାରିତ ହୋଇପାରିନଥିଲା। ଗୁରୁବାର ମନ୍ତ୍ରିମଣ୍ଡଳ ବୈଠକରେ ଏହି ବିଧେୟକରେ ସାମାନ୍ୟ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
ଉଲ୍ଲେଖ ଯେ ତିନି ତଲାକ ବା ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ନାମରେ ଆଗତ ବିଧେୟକ ଲୋକସଭାର ଅନୁମୋଦନ ଲାଭ କରିଥିବାବେଳେ ରାଜ୍ୟସଭାର ଅନୁମୋଦନ ଅପେକ୍ଷାରେ ରହିଛି। ଗତ ଅଧିବେଶନରେ ରାଜ୍ୟସଭାରେ ତିନି ତଲାକ ବିଧେୟକ ଆଗତ ହୋଇଥିଲା। ବିରୋଧୀ ଦଳଗୁଡିକ ବିଧେୟକକୁ ତ୍ରୁଟିପୂର୍ଣ୍ଣ କହିବା ସହ ଯାଞ୍ଚ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଯୁକ୍ତି ବାଢିଥିଲେ। ବିଧେୟକର ବ୍ୟବସ୍ଥା ଅନୁଯାୟୀ ତିନି ତଲାକ ଦ୍ୱାରା ଛାଡପତ୍ର ଦେଲେ ସମ୍ପୃକ୍ତି ବ୍ୟକ୍ତିଙ୍କୁ ସର୍ବନିମ୍ନ ତିନିବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ପଡିବ। ସ୍ୱାମୀ ଜେଲ ଯିବା ପରିସ୍ଥିତିରେ ପୀଡ଼ିତାଙ୍କୁ ଭରଣପୋଷଣ ଭତ୍ତା ଦେବା ପାଇଁ ବିଧେୟକରେ ସଂଶୋଧନ କରିବାକୁ କଂଗ୍ରେସ ଦାବି କରିଥିଲା। ଏହି କ୍ରମରେ ରାଜ୍ୟ ସଭାରେ ଏହି ବିଧେୟକ ଅଟକି ରହିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories