www.samajalive.in
Monday, December 8, 2025
24.1 C
Bhubaneswar

ଦଲଦଲି ଜଙ୍ଗଲରେ ମାଓବାଦୀ-ଯବାନ ଗୁଳିବିନିମୟ, ମାଇନ ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଲଦଲି ଜଙ୍ଗଲରେ ରବିବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ସମୟରେ ମାଓବାଦୀଙ୍କ ଦ୍ବାରା ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରାଯିବା ଫଳରେ ଜଣେ ଯବାନ ଆହତ ହୋଇଛନ୍ତି। ଯବାନମାନେ କୋମ୍ବିଂ ଅପରେସନ କରି ଫେରିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ବିଏସଏଫ ୧୬୦ ବାଟାଲିୟନର ଜଣେ ଯବାନ ଧର୍ମେନ୍ଦ୍ର ସାହୁ ଆହତ ହୋଇଥିବା ଜଣାପଡ଼ିଛି।

ମାଓବାଦୀ ଉପଦ୍ରୁତ ମାଲକାନଗିରି ଜିଲାରେ ଯବାନ ଏବଂ ଜିଲା ପୁଲିସ ପକ୍ଷରୁ ମାଓବାଦୀ ଦମନ ଅଭିଯାନ କଡ଼ାକଡ଼ି କରାଯାଇଛି। ପୋଲିସର ଗୁଇନ୍ଦା ସୂଚନା ଅନୁସାରେ, ଦଲଦଲି ଜଙ୍ଗଲ ୟରେ ମାଓବାଦୀ କ୍ୟାମ୍ପ କରି ରହିଥିବା ଖବର ମିଳିଥିଲା। ତେଣୁ ଛତିଶଗଡ଼ ସିଆରପିଏଫ ଏବଂ ଓଡିଶାର ବିଏସଏଫ ଯବାନଙ୍କ ପକ୍ଷରୁ ଅପରେଶନ ଆରମ୍ଭ ହୋଇଥିଲା।

- Advertisement -

ରବିବାର ଦଲଦଲି ଜଙ୍ଗଲରେ ସର୍ଚ୍ଚ ଅପରେଶନ ସାରି ଫେରିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ବି ଏହାର କଡ଼ା ଜବାବ ଦେଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଧର୍ମେନ୍ଦ୍ରଙ୍କ ଘର ରାୟପୁରର ଦୁର୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଯବାନଙ୍କୁ ସାମ୍ନା କରି ନ ପାରି ମାଓବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଏହା ପରେ ସେହି ଜଙ୍ଗଲରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories