www.samajalive.in
Monday, December 8, 2025
14.1 C
Bhubaneswar

ଧାନାପୁରରେ ପ୍ରଥମେ ଉଡ଼ିଲା ତ୍ରିରଙ୍ଗା ପତାକା

ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଚୌରୀଚୌରା ଏବଂ କାକୋରୀ ଘଟଣାକୁ ଯେତିକି ଗୁରୁତ୍ୱ ଦିଆଯାଇଛି, ଧାନାପୁର ଘଟଣାକୁ ସେହିପରି ସ୍ଥାନ ମିଳିପାରିନାହିଁ। ସ୍ୱାଧୀନତା ହାସଲ କରିବାର ବହୁ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀମାନେ ଧାନାପୁରରେ ତ୍ରିରଙ୍ଗା ପତାକା ଉଡାଇଥିଲେ, ଯାହା ବ୍ରିଟିଶ ଶାସକଙ୍କ ମନୋବଳ ଦୋହଲାଇ ଦେଇଥିଲା। ମହାତ୍ମା ଗାନ୍ଧୀଙ୍କ ଡାକରାରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନ ଥମିଯିବା ପରେ ବି ଉତ୍ତରପ୍ରଦେଶର ଚନ୍ଦୋଲି ଜିଲା ଅନ୍ତର୍ଗତ ଧାନାପୁରରେ ବିପ୍ଳବୀମାନେ ଶାନ୍ତ ହୋଇନଥିଲେ। ୧୯୪୨ ଅଗଷ୍ଟ ୧୬ତାରିଖରେ ଶତାଧିକ ବିପ୍ଳବୀ ଧାନାପୁର ଥାନା ଘେରାଉ କରିଥିଲେ। ସେମାନଙ୍କର ଜିଦ୍‍ ଥିଲା ଥାନାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବେ। ଥାନା ଅଧିକାରୀ ମନା କରିବାରୁ ସେମାନେ ଉଗ୍ର ହୋଇ ଉଠିଥିଲେ। ପୁଲିସ୍‍ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଗୁଳି ବର୍ଷଣ ମଧ୍ୟରେ ସଂଗ୍ରାମୀମାନେ ଥାନା ଉପରକୁ ଚଢି ତ୍ରିରଙ୍ଗା ଉଡାଇଥିଲେ।
ଏହା ମଧ୍ୟରେ ତିନିଜଣ ସଂଗ୍ରାମୀ ପୁଲିସ୍‍ ଗୁଳିରେ ସହିଦ ହୋଇଯିବା ଯୋଗୁ ଅନ୍ୟମାନେ ଉତ୍ତ୍ୟକ୍ତ ହୋଇପଡିଲେ। କୁହାଯାଏ, ସେହିଦିନ ସେମାନେ ଥାନା ଅଧିକାରୀଙ୍କ ସହ ତିନିଜଣ ସିପାହିଙ୍କୁ ଥାନା ଭିତରେ ଜିଅନ୍ତା ପୋଡିଦେଇଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ବିପ୍ଳବର ନେତୃତ୍ୱ ନେଇଥିଲେ ମହାନ ସ୍ୱାଧୀନତା ସଂଗ୍ରାମୀ କାନ୍ତା ପ୍ରସାଦ ବିଦ୍ୟାର୍ଥୀ। ୧୮୯୬ ମସିହାରେ ଚନ୍ଦୋଲି ଜିଲା ହେତମପୁର ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ଦେଶ ସ୍ୱାଧୀନ ହେବା ପରେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢି ଧାନାପୁର ବିଧାନସଭା ଅଞ୍ଚଳରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କ୍ରମାଗତ ୧୦ବର୍ଷ ଧରି ବିଧାୟକ ରହିଥିଲେ ସେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories