www.samajalive.in
Sunday, December 14, 2025
26.1 C
Bhubaneswar

ଗଛ କଟା ବିରୋଧକୁ ନେଇ ଅତାବିରା ଥାନା ଘେରିଲେ ଗ୍ରାମବାସୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତର ଭୁଏଟିକ୍ରା ଗ୍ରାମର ଗ୍ରାମବାସୀମାନେ ହନୁମାନ ମନ୍ଦିରରୁ କେନାଲକୁ ଯାଇଥିବା ରାସ୍ତାର ପୁନଃ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଯୋଜନା କରି ଆସୁଥିଲେ। ଗତ ଦୁଇ ମାସ ଧରି ସେମାନେ ଅଣ୍ଟା ଭିଡିଛନ୍ତି। ଏହି ରାସ୍ତାର ପୁନଃ ନିର୍ମାଣ କରିବେ ଓ ଆବଶ୍ୟକସ୍ଥଳେ ରାସ୍ତାକୁ ଅବରୋଧ କରୁଥିବା ଗଛ ଗୁଡିକୁ ମଧ୍ୟ କଟିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଜନୈକ ବ୍ୟକ୍ତି ବିଶେଷ ଏହାର ବିରୋଧ କରି ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଗଛ କାଟିବାକୁ ମନା କରୁଥିଲେ। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ବାରମ୍ବାର ଅଭିଯୋଗ ହୋଇଥିଲା। ଗତ ଜାନୁଆରୀ ୫ତାରିଖରେ ଏକ ରାଜିନାମା କରାଯାଇ ଉଭୟ ପକ୍ଷରୁ ଥାନାରେ ଏହାର  ବୁଝାମଣା ହୋଇଥିଲେ ସୁଦ୍ଧା ଉକ୍ତ ବ୍ୟକ୍ତି ବିରୋଧରୁ ଓହରି ନଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରକାର ଠୋସ ପଦକ୍ଷେପ ନିଆ ଯାଇ ନଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିବା କଥା ହେଲେ ଓଲଟି ଗ୍ରାମବାସୀଙ୍କ ନାମରେ ଥାନାରେ ଅଭିଯୋଗ କରି ବ୍ୟକ୍ତି ଜଣକ ହଇରାଣ ହରକତ କରି ଆସୁଥିବାକୁ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଥାନା ଘେରି ତୁରନ୍ତ ଏହାର ସମାଧାନ କରିବା ପାଇଁ ଦାବି କରିବା ସହ ଆଗାମୀ ଦିନରେ ଏହାର ପଦକ୍ଷେପ ନିଆ ନ ଗଲେ ଜିଲ୍ଲା ଆରକ୍ଷୀ ଅଧିକାରୀ ଓ ଜିଲ୍ଲାପାଳ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଦେଖାଯାଉ ଗ୍ରାମବାସୀଙ୍କ ପାଇଁ ପ୍ରଶାସନର ପଦକ୍ଷେପ କଣ ରହୁଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories