www.samajalive.in
Monday, December 8, 2025
24.1 C
Bhubaneswar

ମମତାଙ୍କ ‘ମା’ ଯୋଜନା ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ତରକାରି

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଧାରଣ ଜନତାଙ୍କୁ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ‘ମା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ମାତ୍ର ୫ ଟଙ୍କାରେ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରି ଥାଳି ଯୋଗାଇ ଦିଆଯିବ। ମଧ୍ୟାହ୍ନ ଭୋଜନ ଆକାରରେ ଏହି ଖାଦ୍ୟ ଉପଲବ୍ଧ ହେବ। ପ୍ରଥମେ କଲକାତା ମହାନଗରୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପରେ ଏହା ରାଜ୍ୟର ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ। କଲକାତାରେ ଏଥିନିମନ୍ତେ କଲକାତାରେ ୧୬ଟି ରୋଷଶାଳ ବ୍ୟବସ୍ଥା କରାଯାଇଛି। ତୃଣମୂଳ କଂଗ୍ରେସର ନିର୍ବାଚନୀ ସ୍ଲୋଗାନ୍‌ ‘ମା, ମାଟି, ମାନୁଷ’ରୁ ଏହି ଯୋଜନାର ନାମକରଣ କରାଯାଇଛି। ପୂର୍ବରୁ ତାଲାବନ୍ଦ ସମୟରେ କରୋନା ପ୍ରଭାବିତ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ‘ମମତା କି ରୋଷେଇ’ ବ୍ୟବସ୍ଥା କରିଥି​‌ଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories