www.samajalive.in
Saturday, December 13, 2025
26.1 C
Bhubaneswar

ଥରେ ବୁଲି ଆସନ୍ତୁ ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ

ଉତ୍ତରାଖଣ୍ଡରେ ଥିବା ନୈନା ହ୍ରଦର ଉତ୍ତର ଦିଗ କୂଳରେ ଥିବା ନୈନା ଦେବୀଙ୍କ ମନ୍ଦିର ଭକ୍ତମାନଙ୍କ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ର। ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି କୁହାଯାଏ। ମନ୍ଦିର ଭିତରେ ନୈନା ଦେବୀଙ୍କ ସହ ପ୍ରଭୁ ଗଣେଶ, ମା’କାଳୀଙ୍କର ମୂର୍ତ୍ତି ମଧ୍ୟ ରହିଛି। ମନ୍ଦିରର ପ୍ରବେଶ ଦ୍ୱାର ଠାରେ ଅଶ୍ୱତ୍ଥ ବୃକ୍ଷ ରହିଛି। ଏଠାରେ ମା’ପାର୍ବତୀଙ୍କୁ ନନ୍ଦା ଦେବୀ ବୋଲି କୁହାଯାଏ। ମନ୍ଦିରରେ ନନ୍ଦା ଅଷ୍ଟମୀ ଦିନ ବଡ଼ ଧରଣର ମେଳାର ଆୟୋଜନ ହୋଇଥାଏ। ଯାହା ପ୍ରାୟ ୮ ଦିନ ପର୍ୟ୍ୟନ୍ତ ହୋଇଥାଏ। ଏହି ମନ୍ଦିର ନୈନୀତାଲ ବସ ଷ୍ଟାଣ୍ଡ ଠାରୁ ୨ କି.ମି ଦୂରରେ ଅବସ୍ଥିତ। ମନ୍ଦିରର ପରିସର ମଧ୍ୟରେ ମା’ଙ୍କୁ ଅର୍ପଣ କରିବା ପାଇଁ ପୂଜା ସାମଗ୍ରୀ ମିଳିଥାଏ। ଏପରି ମାନ୍ୟତା ରହିଛି ଯେ, ମା’ଙ୍କୁ ଦର୍ଶନ କଲେ ଲୋକଙ୍କ ନେତ୍ର ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଅନ୍ୟ ଆକର୍ଷଣ –
ମନ୍ଦିର ବ୍ୟତୀତ ଏଠାରେ ମାଲ୍ଲୀତାଲ ଏବଂ ତାଲ୍ଲୀତାଲ ପର୍ୟ୍ୟଟକଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ର ଅଟେ। ଏହି ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ସଡ଼କକୁ ମାଲ ରୋଡ଼ କୁହାଯାଏ। ନିକଟରେ ଚିଡ଼ିଆଖାନା, ରାଜଭବନ, କେଭ ଗାର୍ଡ଼ନ, ଭୀମତାଲ, ନୌକୁଚିଆତାଲ, ସାତତାଲ, ମୁକ୍ତେଶ୍ୱର, ରାମଗଡ଼, ରାଣୀଖେତ ଭଳି ବହୁ ସ୍ଥାନ ବୁଲିପାରିବେ।
ଏହାଛଡ଼ା ଆପଣ ମାଲ ରୋଡ଼ ଯାଇ ସେଠାରେ ସପିଙ୍ଗର ମଜା ନେଇ ପାରିବେ। ସୁନ୍ଦର ପୋଷାକ, ସାଜସଜ୍ଜା ଦ୍ରବ୍ୟ, ଅନ୍ୟାନ୍ୟ ବହୁ ଦ୍ରବ୍ୟ ମିଳିଥାଏ। ନବରାତ୍ରି ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories