www.samajalive.in
Saturday, December 13, 2025
26.1 C
Bhubaneswar

ପାଞ୍ଚ ବର୍ଷ ହେଲା ଖତ ଖାଉଛି ପଶୁ ଚିକିତ୍ସା ପାଇଁ ନିର୍ମିତ ସରକାରୀ କୋଠା

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବମାଲୋଇ ପଞ୍ଚାୟତ ରେ ଗତ ୫ବର୍ଷ ହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ର କୋଠା ନିର୍ମାଣ ହୋଇ ସାରିଥିଲେ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗକୁ ନବନିର୍ମିତ କୋଠା ହସ୍ତାନ୍ତର କରାଯାଉନାହିଁ। ଫଳରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ସରକାରୀ କୋଠା ଅକାରଣ ଖତ ଖାଉଛି। ସୂଚିତ ଯେ, ବମାଲୋଇ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଏକ ଭଙ୍ଗା ଦଦରା ଆଜବେଷ୍ଟସ୍ ଛାଉଣି କୋଠରିରେ ଚାଲିଛି। ଦୀର୍ଘ ବର୍ଷ ଧରି ପ୍ରତିକୂଳ ପରିବେଶ ଏଗବଂ ପରିସ୍ଥିତିରେ ଦଦରା କୋଠରିରେ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଚାଲିଥିବାରୁ ବମାଲୋଇରେ ଏକ ଉନ୍ନତ ମାନ ର ପ୍ରାଣୀଧନ ଚିକିତ୍ସା ପାଇଁ କୋଠା ନିର୍ମାଣ କରାଯାଇଛି। କିନ୍ତୁ ପରିତାପରେ ବିଷୟ ଯେ କୋଟା ନିର୍ମଣ କାମ ସରିବାର ୫ବର୍ଷ ବିତିଯିବା ସତ୍ତ୍ବେ ପ୍ରାଣୀ ସମ୍ପଦ ବିଭାଗ ନବ ନିର୍ମିତ କୋଠା ହସ୍ତାନ୍ତର କରା ଯାଉନାହିଁ। ନବନିର୍ମିତ କୋଠା ପ୍ରାଣୀ ସମ୍ପାଦ ବିଭାଗକୁ ହସ୍ତାନ୍ତର କରାଯିବାକୁ ବମାଲୋଇ ସରପଞ୍ଚ ଶେଷଦେବ ପ୍ରଧାନ ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯଦି ନବ ନିର୍ମିତ କୋଠା ପ୍ରାଣୀ ସମ୍ପଦ ବିଭାଗକୁ ହସ୍ତାନ୍ତର କରିବାର ନଥିଲା ତେବେ  କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ କୋଠା ନିର୍ମାଣ କରାଗଲା ବୋଲି ଅସନ୍ତୁଷ୍ଟ ଲୋକେ ପ୍ରଶ୍ନ କରୁଛନ୍ତି। ଜିଲାପାଳ ଏଥିରେ ହସ୍ତକ୍ଷେପ କରି କୋଠା ହସ୍ତାନ୍ତର ବ୍ୟବସ୍ଥାକରିବାକୁ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories