www.samajalive.in
Thursday, December 11, 2025
18.1 C
Bhubaneswar

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ : ସିଂହଦ୍ବାର ଥାନାରେ ମାମଲା

ପୁରୀ : ସାମାଜିକ ଗଣମାଧ୍ୟମରେ ପୁଣିଥରେ ଭାଇରାଲ୍‌ ହୋଇଛି ଶ୍ରୀଜଗନ୍ନାଥ ମନ୍ଦିର ଭିତର ଦୃଶ୍ୟ। ମନ୍ଦିର ଭିତରକୁ କ୍ୟାମେରା ଏବଂ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ ହୋଇଥିବା ବେଳେ ଭିତର ଦୃଶ୍ୟ କିପରି ଫଟୋ ଉଠାଗଲା ସେଥିନେଇ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ଶନିବାର ସିଂହଦ୍ବାର ଥାନାରେ ଲିଖିତ ଏତଲା ଦେଇଛନ୍ତି। ତାହାକୁ ଭିତ୍ତିକରି ନୂଆଦିଲ୍ଲୀର ଶାଳିନୀ ପାସିଙ୍କ ବିରୋଧରେ ପୁଲିସ ଏକ ମୋକଦ୍ଦମା ରୁଜୁ କରିଛି। ଶ୍ରୀମନ୍ଦିର ଦକ୍ଷିଣଦ୍ବାର ନିକଟସ୍ଥ ରାମମନ୍ଦିର ସମ୍ମୁଖରେ ଛିଡାହୋଇ ଏହି ଫଟୋ ଉଠା ଯାଇଥିବା ଜଣାପଡିଛି।
ବାରମ୍ବାର ମନ୍ଦିର ଭିତରଫଟୋ ଏବଂ ଭିଡିଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବାରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାକୁ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଥିବା ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରତିକ୍ରିୟାରେ କହିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶାଳିନୀଙ୍କ ପକ୍ଷରୁ ପ୍ରଦର୍ଶିତ ଚିତ୍ରରେ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଭିତର ଗୁମୁଟ ସମେତ ଶ୍ରୀରାମ ଏବଂ ସମ୍ପାତି ମନ୍ଦିର ଚିତ୍ର ରହିଛି। ତାହାକୁ ଦେଖିବା ପରେ କେତେକ ଭକ୍ତ ଟୁଇଟର ଯୋଗେ ଏ ସମ୍ପର୍କରେ ମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଶାଳିନୀ ନିଜେ ଫଟୋ ଉଠାଇଛନ୍ତି ନାଁ ଅନ୍ୟକେହି ଫଟୋ ଉଠାଇ ତାଙ୍କୁ ପ୍ରଦାନ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶାଳିନୀଙ୍କ ବିରୋଧରେ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଛି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ – ୧୯୫୫ର ଧାରା ୩୦-ଏ (୪), (ସି) ଅନୁଯାୟୀ ମୋକଦ୍ଦମା ରୁଜୁ କରାଯାଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯିବ ବୋଲି ଥାନା ଅଧିକାରୀ ଗେଲି କୁମାରୀ ସାହୁ ସୂଚନା ଦେଇଛନ୍ତି। ଶାଳିନୀଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ପୁଲିସ ତଦନ୍ତ ପରିସରଭୂକ୍ତ କରିଛି। ଆବଶ୍ୟକ ପଡିଲେ ଇନ୍‌ଷ୍ଟାଗ୍ରାମ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପାଇଁ ଡକାଯିବ ବୋଲି ପୁଲିସ କହିଛି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories