www.samajalive.in
Saturday, December 13, 2025
21.1 C
Bhubaneswar

ଫ୍ୟାଶନ୍‌ ଡିଜାଇନ୍‌ରେ ଭାରତୀୟ ସଂସ୍କୃତିର ଛାପ, ଓଡ଼ିଶା ହସ୍ତତନ୍ତ ଓ ପାଶ୍ଚାତ୍ୟ ପରମ୍ପରାର ଝଲକ

ଭୁବନେଶ୍ୱର: ପର୍ବପର୍ବାଣୀ ହେଉ କିମ୍ବା କୌଣସି ଉତ୍ସବ ସବୁ ସମୟରେ ଆକର୍ଷଣ ଦେଖାଯିବା ପାଇଁ ସମସ୍ତଙ୍କ ରହିଛି ସ୍ବତନ୍ତ୍ର ରୁଚି। ନୂଆ ଡ଼ିଜାଇନ୍‌ର ପୋଷାକ ସହ ନ୍ୟୁଲୁକ୍‌ରେ ନିଜକୁ ଉପସ୍ଥାପନ କରିବା ପାଇଁ ସଭିଙ୍କ ମନରେ ଥାଏ ଅଫୁରନ୍ତ ଉତ୍ସାହ। ଉଭୟ ପୁରୁଷ ଓ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନିମନ୍ତେ ଫ୍ୟାସନ୍ ଡ଼ିଜାଇନର୍‌ମାନେ ପ୍ରସ୍ତୁତ କରିଥାନ୍ତି ଭଳିକି ଭଳିର ଡ୍ରେସ୍ ଡ଼ିଜାଇନ୍। ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ପ୍ରିଲ୍ୟୁଡ଼୍‌, ଆକ୍‌ଡ଼ିକ୍ସନ୍ ଏବଂ ଫ୍ୟାସନ୍ ମ୍ୟାନେଜ୍‌ମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ଚତୁର୍ଥ ସଂସ୍କରଣ ଓ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି।

           

- Advertisement -

ଏହି କାର୍ଯ୍ୟକ୍ରମରେ ଛଅ ଜଣ ଡ଼ିଜାଇନ୍‌ର ନିଜର ବିଭିନ୍ନ ଡ଼ିଜାଇନ୍‌ର ପୋଷାକ ପ୍ରଦର୍ଶନ କରିଥିଲେ। ଏହାସହ ଜଣେ ଗହଣା ଡ଼ିଜାଇନର୍ ନୂଆ ଡ଼ିଜାଇନ୍‌ର ଅଳଙ୍କାର ଡ଼ିଜାଇନ୍ ପରିବେଷଣ କରିଥିଲେ। ଭୁବନେଶ୍ୱର ରନ୍‌ୱେ ୱିକ୍‌ର ନିର୍ଦେଶକ ଜନ୍ ଅଜୟଙ୍କ ନିର୍ଦେଶନାରେ ଯୋଗଦେଇଥିବା ଡ଼ିଜାଇନର୍‌ମାନଙ୍କ ମଧ୍ୟରେ ପାରୁଲ୍ ଖଇତାନ୍ ଲେବେଲ୍‌ର ଡ଼ିଜାଇନର୍ ପାରୁଲ୍ ଖଇତାନ୍ ଛୋଟ ପିଲାଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ଡ୍ରେସ୍ ଡ଼ିଜାଇନ୍ ‘ଟ୍ୟୁଙ୍କିଲ୍ ଟ୍ୟୁଙ୍କିଲ୍ ଲିଟିଲ୍ ଷ୍ଟାର’ ପ୍ରଦର୍ଶନ କରିଥିଲେ। ଏହା ସହିତ ଲେବେଲ୍ ଋତୁପର୍ଣ୍ଣା ବ୍ରାଣ୍ଡ୍‌ର ଡ଼ିଜାଇନର୍ ମନିଷା ଋତୁପର୍ଣ୍ଣା ନିଜର ବ୍ରାଣ୍ଡ୍ ‘ତକ୍ଷ୍ୟଶୀଳା’, ଜୁବିସ୍ ଡ଼ିଜାଇନ୍‌ର ହାଉସ୍‌ର ଜୁବିନା ଅଲ୍ଲିଙ୍କ ଦ୍ୱାରା ‘ନଜାକତ୍ ୨୦୨୧’ ପ୍ରଦର୍ଶନ କରାଯାଇଥିଲା; ଏଥିରେ ଭାରତୀୟ ସଂସ୍କୃତିର ଛାପ ଦେଖିବାକୁ ମିଳିଥିଲା। କୋଭିଡ଼୍ କଟକଣା ହେତୁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥିବା ବେଳେ ଫେସନ୍ ଫିଟ୍‌ର ଡ଼ିଜାଇନର୍ ଶେଫାଳୀ ଉଦ୍‌ଗତାଙ୍କ ଦ୍ୱାରା ପ୍ରସ୍ତୁତ ଫେସନ୍ ଫିଟ୍ ଡ଼ିଜାଇନ୍‌ରେ ଓଡ଼ିଶା ହସ୍ତତନ୍ତ ଓ ପାଶ୍ଚାତ୍ୟ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଏହା ସହ ପୋସ୍ ଆଫାୟାର୍‌ର୍ସର ଡ଼ିଜାଇନର୍ ରୋଶନ୍ ଏବଂ ଧିନେନ୍ଦ୍ରଙ୍କ ଦ୍ୱାରା ‘ଲେବେଲ୍ ପୋସ୍ ଆଫାୟାରାର୍ସ’ ଡ଼ିଜାଇନ୍ ସୋକେସ୍ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଇନାୟା ଜୁଏଲ୍‌ର ଡ଼ିଜାଇନର୍ କୋମଲ୍ ଖଣ୍ଡେଲୱାଲ୍‌ଙ୍କ ଦ୍ୱାରା ଅଳଙ୍କାର ଡ଼ିଜାଇନ୍ ‘ଇନାୟା’ ପ୍ରଦର୍ଶିତ କରାଯାଇଥିଲା। ପରିଶେଷରେ ଆଇଏନ୍‌ଆଇଏଫ୍‌ଡ଼ିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଡ଼ିଜାଇନ୍‌ର ସମର୍ କଲେକ୍ସନ୍ ପ୍ରଦର୍ଶନ କରାଯାଇଥିଲା ଯାହାକି ଦର୍ଶକଙ୍କୁ ବିମୋହିତ କରିଥିଲା।

Hot this week

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

Related Articles

Popular Categories