www.samajalive.in
Monday, December 8, 2025
13.1 C
Bhubaneswar

ଚାଷୀ ସଙ୍ଗଠନର ବୈଠକ, ମାର୍ଚ୍ଚ ୧ରେ ଭୁବନେଶ୍ୱର ଚାଲ ଅଭିଯାନ

ସମ୍ବଲପୁର: ସମ୍ବଲପୁର ଜିଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ଅଚଳାବସ୍ଥାକୁ ଦୂର କରିବାରେ ସରକାର ବିଫଳ ହୋଇଛନ୍ତି। ଜିଲାର କୁଚିଣ୍ଡା ଉପଖଣ୍ଡ ଅଞ୍ଚଳର ମଣ୍ଡି ଓ ଧାନ କ୍ରୟ କେନ୍ଦ୍ର ଗୁଡିକରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। କିନ୍ତୁ ସରକାର ଏହାକୁ କିଣିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନେଉ ନାହାନ୍ତି। ତେଣୁ ଚାଷୀ ଆନ୍ଦୋଳନକୁ ଆହୁରୀ ବ୍ୟାପକ କରାଯିବା ସହ ମାର୍ଚ୍ଚ ୧ରେ ଭୁବନେଶ୍ୱର ଚାଲ ଅଭିଯାନ ହେବ ବୋଲି ଆଜି ଅନୁଷ୍ଠିତ ଚାଷୀ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତିର ଆବାହାକ ଲିଙ୍ଗରାଜ ଓ ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଚାଷୀ ବୈଠକରେ ସମଗ୍ର ପଶ୍ଚିମ ଓଡିଶାର ଚାଷୀ ମାନେ ଯୋଗ ଦେଇ ଧାନ କିଣାବିକା ଓ ସରକାରଙ୍କ ନିତି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଟୋକନ ଓ ଏକର ପିଛା କିଣାବିକା ପରିମାଣ ଖୁବ କମ ହୋଇଥିବାରୁ ଚଳିତ ବର୍ଷ ଚାଷୀ ଧାନ କିଣାବିକାରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜିଲାର ହଜାରେ ପାଖାପାଖି ଚାଷୀଙ୍କ ଟୋକନ ଅଚଳ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରାଉ ନାହାନ୍ତି ରାଜ୍ୟ ସରକାର। ଫଳରେ ଚାଷୀ ମଣ୍ଡିରେ ଧାନ କିଣାବିକା କରି ନ ପାରି ବାଧ୍ୟ ହୋଇ ଦଲାଲ ଓ ବେପାରୀ ହାତରେ ଖୁବ କମ ଦରରେ ବିକ୍ରି କରୁଛି। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବା ବେଳେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ ଅଟେ। ଧାନ କିଣାବିକାକୁ ନେଇ ପ୍ରତି ଅଞ୍ଚଳରେ ଆନ୍ଦୋଳନ ହେବ ଓ ଏହାକୁ ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ପୂର୍ଣ୍ଣ ସମର୍ଥନ ଦେବ ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଗତ ବର୍ଷ ମେ ୧୮ରେ କୃଷି ସଂକ୍ରାନ୍ତିୟ ଅଧ୍ୟାଦେଶ ଆଣି ଥିଲେ। ମାତ୍ର ଏହି ଅଧ୍ୟାଦେଶକୁ କିଛି ଦିନ ଶୀତଳ ଭଣ୍ଡାରରେ ରଖିବା ପରେ ପୁଣି ଥରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସ୍ତରରେ ଯୋଜନା ଜାରି ରହିଛି। ତେଣୁ ଚାଷୀ ସଙ୍ଗଠନ ଏହି ଅଧ୍ୟାଦେଶକୁ ବିରୋଧ କରିବା ସହିତ ଭୁବନେଶ୍ୱର ଚାଲ ଅଭିଯାନର ନିଷ୍ପତ୍ତି ନିଆଯାଇଛି। ବାଇକ ଓ ଟ୍ରାକ୍ସର ଯୋଗେ ଚାଷୀ ମାର୍ଚ୍ଚ ୧ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ। ଏ ନେଇ ପ୍ରତି ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଚଳିତ ବର୍ଷ ସମ୍ବଲପୁର ଜିଲା ସମେତ ସମଗ୍ର ପଶ୍ଚିମ ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଧାନ ଉତ୍ପାଦନ ହୋଇଛି। କିନ୍ତୁ ସରକାର ସମଗ୍ର ଓଡିଶା ପାଇଁ ଗୋଟିଏ ନିତି ଲାଗୁ କରିବାରୁ ପଶ୍ଚିମ ଓଡିଶାର ଚାଷୀ ସନ୍ତୋଷଜନକ ଭାବରେ ଧାନ କିଣା ବିକା କରି ପାରି ନାହାନ୍ତି। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ। ଏହି ବୈଠକରେ ଚାଷୀ ବିରଞ୍ôଚ ସାହୁ, ମୁରାରୀ ପ୍ରସାଦ ପୁରୋହିତ, ହରିଶଙ୍କର ପୁରୋହିତ, ଉମେଶ ମିଶ୍ର, ବ୍ୟୋମକେଶ ଠାକୁର, ପ୍ରଦୀପ ସ୍ୱାଇଁ, ସୁଶୀଲ ସାହୁ, ଗିରିଶ ସାହୁ, ଲକ୍ଷ୍ମଣ ପ୍ରଧାନ, ମକରଧ୍ୱଜ ପ୍ରଧାନ, ଭୈରବ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଯୋଗ ବିହାରୀ ପରିଡା, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories