www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ବଦ୍ଧପରିକର

ନୂଆଦିଲ୍ଲୀ :  ନିର୍ବାଚନ କମିଶନ୍‍ ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବାକୁ ବଦ୍ଧପରିକର ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା କହିଛନ୍ତି। ନିର୍ବାଚନ ସମୟରେ କୋବିଡ୍‍ର ସମସ୍ତ ନିୟମର କଡ଼ାକଡ଼ି ପାଳନ କରାଯିବ। ତାମିଲନାଡୁ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିସାରି ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି,
ରାଜନୈତିକ ଦଳଗୁଡ଼ିକର ସମସ୍ତ ଅନୁରୋଧ ଓ ନିବେଦନକୁ ବିଚାରକୁ ନିଆଯାଇଛି ଓ ପ୍ରସ୍ତୁତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି। କିଛି ରାଜନୈତିକ ଦଳ ମତଦାନର ଦିନେ ଦୁଇଦିନ ମଧ୍ୟରେ ଭୋଟ ଗଣତି ପାଇଁ ମତ ଦେଇଛନ୍ତି। ସେ କହିଛନ୍ତି, ଯେହେତୁ ଅଧିକ ରାଜ୍ୟରେ ନିର୍ବାଚନ କରାଯାଉଛି ସେ ଦୃଷ୍ଟିରୁ ଭୋଟ ଗଣତି ଏକ ସଙ୍ଗରେ ହେବ।
ଶ୍ରୀ ଅରୋରା କହିଛନ୍ତି, ନିର୍ବାଚନ ପାଇଁ ଅଧିକ ସଂଖ୍ୟକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍‍ ବାହିନୀ ଯବାନ ମୁତୟନ ହେବେ। ନିର୍ବାଚନ ଖର୍ଚ୍ଚର ତଦାରଖ ପାଇଁ ଅନ୍ୟ ରାଜ୍ୟଗୁଡ଼ିକରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରାଯିବ। ସେ କହିଛନ୍ତି, ନିର୍ବାଚନ କମିଶନ୍‍ ଶାରିରୀକ ଦୂରତା ନିୟମକୁ ବିଚାରକୁ ନେଇ ଭୋଟ ଗ୍ରହଣର ସମୟକୁ ଏକ ଘଣ୍ଟା ବୃଦ୍ଧି କରିଛି। ବିଧାନସଭା ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟରମାନେ ଆସି ମତଦାନ କରିବାକୁ କମିଶନ୍‍ ଆଶା କରୁଛି। ସେ କହିଛନ୍ତି, ଅନ୍ୟ ରାଜ୍ୟ ଗୁଡ଼ିକର ନିର୍ବାଚନ ପ୍ରସ୍ତୁତିର ସୀମକ୍ଷା କରାଯିବା ପରେ ଭୋଟ ଗ୍ରହଣ ତାରିଖ ଗୁଡ଼ିକ ବିଷୟରେ ଘୋଷଣା କରାଯିବ।

ସେ କହିଛନ୍ତି, କୋବିଡ୍‍ କଟକଣା ଦୃଷ୍ଟିରୁ ଆଉ ଅତିରିକ୍ତ ୨୫ ହଜାର ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ। ଏହା
ଯୋଗୁଁ ରାଜ୍ୟର ଭୋଟ ଗ୍ରହଣ କେନ୍ଦ୍ର ଗୁଡ଼ିକର ସଂଖ୍ୟା ୯୩ହଜାରକୁ ବୃଦ୍ଧି ପାଇବ। ନିର୍ବାଚନ କମିଶନ୍‍ ରାଜ୍ୟ ଅବକାରୀ ବିଭାଗର କାର୍ଯ୍ୟକଳାପ ଉପରେ ଅସନ୍ତୋଷ ପ୍ରକାଶ କରିଥିବାର ସେ ଜଣାଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଅରୋରା କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା କରାଯିବା ସମୟରେ ସ୍କୁଲ କଲେଜ୍‍ ଗୁଡ଼ିକର ପରୀକ୍ଷା ଏବଂ
ପର୍ବ ପର୍ବାଣି ଗୁଡ଼ିକୁ ବିଚାରକୁ ନିଆଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories