www.samajalive.in
Saturday, December 13, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ବିରୋଧୀ ମାନେ ବିଫଳ ହେବେ। କର୍ମ ଚଞ୍ଚଳ ରହିପାରନ୍ତି। ମନ ମଧ୍ୟରେ ଥିବା ଶଙ୍କା ଦୂର ହେବ। ଶାନ୍ତିର ବାତାବରଣ ସୃଷ୍ଟି ହେବ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ବୃଷ: ମନଯୋଗ ସହକାରେ କାର୍ଯ୍ୟ ସମ୍ପାଦନ କରିବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶ୍ରମ ସାର୍ଥକ ହୋଇପାରେ। ଅର୍ଥ ମିଳିବ। ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥ ସୁଖୀ ହେବେ।
ମିଥୁନ: ପରିବେଶ ଆପଣଙ୍କ ପାଇଁ ଆନନ୍ଦ ଦାୟକ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ।
କର୍କଟ: ଅଭାବ ଅନଟନ ପୂରଣ କରିବାରେ ସକ୍ଷମ ହେବେ। ବନ୍ଧୁଙ୍କ ସହାୟତା ପାଇ ସୁଖୀ ହେବେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ବିଦ୍ୟାର୍ଥୀଙ୍କ ମନଫୂର୍ତ୍ତି ରହିବ।
ସିଂହ: ଲକ୍ଷ୍ୟ ହାସଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ଧୈର୍ଯ୍ୟବାନ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ। ନିଜ ଅଞ୍ଚଳରେ ନହେଲେ ବି ଅନ୍ୟତ୍ର ସମ୍ମାନିତ ହେବେ। ଶତ୍ରୁ ଦମନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଫଳ ମିଳିବ।
କନ୍ୟା: କର୍ମ ଧାରାରେ ଢ଼େର ଉନ୍ନତି ଘଟିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁମାନଙ୍କ ପରାମର୍ଶରେ ପ୍ରଭାବିତ ହେବେ ନାହିଁ। ବିଭିନ୍ନ ସ୍ତରରୁ ଧନ ମିଳିବ; ମାତ୍ର ତା’ର ପରିମାଣ ସ୍ୱଳ୍ପ ହେବ। ବିଦ୍ୟାର୍ଥୀ ସଫଳ ହେବେ।
ତୁଳା: ବାଦ ବିବାଦକୁ ଏଡ଼ାଇ ଯାଇପାରନ୍ତି। ଚେଷ୍ଟା ଶୁଭପ୍ରଦ ହୋଇପାରେ। ଉଚ୍ଚ ଆଶାପୂର୍ଣ୍ଣ ହେବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବିଦ୍ୟାର୍ଥୀଙ୍କ ଉଦ୍ୟମ ଫଳବତୀ ହେବ।
ବିଛା: ଆର୍ଥିକ ସମସ୍ୟାର ସମାଧାନ ବିଳମ୍ବରେ ହେବ। ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ସୁସ୍ୱାଦୁ ଭୋଜନ ମିଳିପାରେ। ପରୋପକାରୀ ହେବେ। ସବୁଠି ସମ୍ମାନ ମିଳିବ। ବିଦ୍ୟାର୍ଥୀ ଉପକୃତ ହେବେ।
ଧନୁ: ବିଭିନ୍ନ ଦିଗରୁ ଧନ ମିଳିପାରେ। ଉଚ୍ଚ ସମ୍ମାନ ଲାଭ କରିବେ। ଭୁଲ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଆପଣଙ୍କ ପରାମର୍ଶ ସୁଦୂର ପ୍ରସାରୀ ହେବ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବିଦ୍ୟାର୍ଥୀଙ୍କୁ ଶୁଭ ଫଳ।
ମକର: ଭଲ ଆୟ ହେବ। ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁଖକର ଭୋଜନରେ ଆପ୍ୟାୟିତ ହେବେ। ପ୍ରସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ଦାମ୍ପତ୍ୟ ସୁଖ ମିଳିବ। ବିଦ୍ୟାର୍ଥୀ ଶୁଭଫଳ ପାଇବେ।
କୁମ୍ଭ: ଆବଶ୍ୟକ ଠାରୁ ବ୍ୟୟ ଅଧିକ ହେବ। ଶୁଭ ଖବର ପାଇ ଆନନ୍ଦ ପ୍ରକାଶ କରିବେ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ। ଧର୍ମକାର୍ଯ୍ୟରେ ମନ ଦେବେ। ଧନ ପ୍ରାପ୍ତିର ସୂଚନା ମିଳୁଛି। ଆଶା ଭରସା ବଳବତ୍ତର ହେବ। ବିଦ୍ୟାର୍ଥୀ ସର୍ବସୁଖ ପ୍ରାପ୍ତ ହେବେ।
ମୀନ: ସୁଯୋଗ ମିଳିଥିବାରୁ ତାକୁ ହାତଛଡ଼ା କରିବେ ନାହିଁ। ଦ୍ରବ୍ୟ କ୍ରୟ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଚିନ୍ତାଧାରା ମହାନ ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ସଫଳ ହେବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories