www.samajalive.in
Wednesday, December 10, 2025
16.1 C
Bhubaneswar

କେରଳ ଓ ତାମିଲନାଡୁ ରାଜ୍ୟ ପରେ ଏବେ ଓଡ଼ିଶାରେ ମାରାତ୍ମକ କୀଟ; ସମ୍ପୂର୍ଣ୍ଣ ନଷ୍ଟ କରିଦେଉଛନ୍ତି ନଡ଼ିଆ ଗଛ, କାମ ଦେଉନି କୀଟନାଶକ

ତମାଣ୍ଡୋ: ଭୁବନେଶ୍ବର ବ୍ଲକର ପ୍ରାୟ ସମସ୍ତ ଅଞ୍ଚଳରେ ଥିବା ନଡ଼ିଆ ଗଛରେ ଏକ ଧଳା ରଙ୍ଗର ଉଡ଼ନ୍ତା ପୋକ ଲାଗି ଗଛକୁ ସମ୍ପୂର୍ଣ୍ଣ ଭାବେ ମାରି ଦେଉଛି। ଏହି କୀଟ ଆକ୍ରମଣରେ ନଡ଼ିଆ ଚାଷ ଗୁରୁତର ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ସୂଚନା ଅନୁଯାୟୀ ରଗସ୍‌ ସ୍ପିରିଲିଙ୍ଗ ହ୍ବାଇଟ ଫ୍ଲାଇ ନାମକ ଏକ ମାରାତ୍ମକ କୀଟ କିଛିବର୍ଷ ପୂର୍ବରୁ ପ୍ରଥମେ କେରଳ ଓ ତାମିଲନାଡୁ ରାଜ୍ୟରେ ଦେଖାଦେଇଥିଲା। ସେଠାରେ ପର୍ଯ୍ୟାପ୍ତ ପରିମାଣ​‌େ​‌ର ନଡ଼ିଆ ଚାଷ କ୍ଷୟକ୍ଷତି ଘଟାଇବା ପରେ ଏବେ ଏହା ଓଡ଼ିଶା ଉପକୂଳ ଜିଲାରେ ବହୁଳ ଭାବେ ଦେଖାଦେଇଛି। ଏହି କୀଟଗୁଡ଼ିକ ପ୍ରଥମେ ନଡ଼ିଆ ଗଛପତ୍ରର ତଳଭାଗରେ ବହୁ ସଂଖ୍ୟାରେ ଜମାହୋଇ ମଳତ୍ୟାଗ କରିବାର କିଛିଦିନ ପରେ ପତ୍ରର ଉପରିଭାଗକୁ ବ୍ୟାପିଥାଏ। ପରବର୍ତ୍ତୀ ଅବସ୍ଥାରେ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ। କିଛିଦିନ ପରେ ପତ୍ରଗୁଡ଼ିକ କ୍ରମଶଃ କଳାରଙ୍ଗରେ ରୂପାନ୍ତରିତ ହୋଇଥାଏ। ଯାହାଫଳରେ ଗଛ ସୂର୍ଯ୍ୟକିରଣରୁ ଖାଦ୍ୟସଂଗ୍ରହ କରିବା କ୍ଷମତା ହରାଇଥାଏ।
ଖାଦ୍ୟ ଅଭବାରୁ ଗଛ ରୁଗ୍‌ଣ ହୋଇ ମୃତ୍ୟୁମୁଖରେ ପଡ଼େ। ଏହି କୀଟ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ବଜାରରେ ମିଳୁଥିବା କୀଟନାଶକ ଔଷଧ ପ୍ରୟୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ନେଇ କେନ୍ଦ୍ର ସରକାରଙ୍କ ଖୋର୍ଦ୍ଧା ଜିଲା ପିତାପଲ୍ଲୀସ୍ଥିତ ନାରିକେଳ ଉନ୍ନୟନ ବୋର୍ଡକୁ ପଚାରିଲେ ଉକ୍ତ କୀଟ ପାଇଁ କୌଣସି ସଫଳ ଔଷଧ ବାହାରି ପାରିନାହିଁ ବୋଲି ଉତ୍ତର ମିଳୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories