www.samajalive.in
Tuesday, December 9, 2025
16.1 C
Bhubaneswar

ଏଥର ହେବନି ଖଣ୍ଡଗିରି ମେଳା, କେବଳ ପାଳନ ହେବ ପରମ୍ପରା

ଭୁବନେଶ୍ବର: ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଏ ବର୍ଷ ଖଣ୍ଡଗିରି ମେଳା ହେବନାହିଁ ଏବଂ କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଏହି ମେଳା ଉପରେ ପ୍ରଶାସନ ପକ୍ଷରୁ ରୋକ ଲଗାଯାଇଛି ପ୍ରଶାସନ। ଚଳିତ ବର୍ଷ କେବଳ ପରମ୍ପରାକୁ ବଜାୟ ରଖିବାକୁ ଖଣ୍ଡଗିରି ମେଳା ପାଳନ କରାଯିବ। ତେବେ ଏଥର ମେଳାରେ କୌଣସି ପ୍ରକାର ଯାତ୍ରା କିମ୍ବା ଷ୍ଟଲ ପଡିବ ନାହିଁ ବୋଲି ବିଏମସି ନିଷ୍ପତ୍ତି ନେଇଛି। ଅନ୍ୟପଟେ ପରମ୍ପରାକୁ ବଜାୟ ରଖିବାକୁ ଯାଇ କୋଭିଡ୍ ଗାଇଡଲାଇନ୍ ସହିତ କେବଳ ମେଳା ଅନୁଷ୍ଠିତ ହେବ। ଏଠାରେ ସାମାଜିକ ଦୂରତା ଓ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ ହେବ। ପବିତ୍ର ମାଘ ସପ୍ତମୀରେ ଖଣ୍ଡଗିରିରେ ପ୍ରତିବର୍ଷ ମେଳା ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋଭିଡ୍ କାରଣରୁ କିନ୍ତୁ ଏହି ମେଳା ଉପରେ ରୋକ୍ ଲାଗିଛି ।


ପୂର୍ବରୁ ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଖଣ୍ଡଗିରି ଯାତ୍ରାରେ ଦୈନିକ ୫୦ହଜାରରୁ ଅଧିକ ଲୋକ ସମାଗମ ଆକଳନ କରାଯାଉଛି। ପୂର୍ବ ସ୍ଥାନରେ ଜାତୀୟ ରାଜପଥର ଓଭରବ୍ରିଜ୍‌ କାମ ଚାଲିଛି। ଜାତୀୟ ରାଜପଥ ନିର୍ମାଣ କାମ ଯୋଗୁ ପୂର୍ବ ସ୍ଥାନରେ ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ ବୋଲି ପ୍ରକାଶ କରିଥିଲେ।

- Advertisement -


ବିଏମ୍‌ସି ପକ୍ଷରୁ ଯାତ୍ରା ଗୋଟିଏ ସ୍ଥାନରେ ନ କରି ପୃଥକ ପୃଥକ ସ୍ଥାନରେ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଅପରପକ୍ଷରେ ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଏ ବାବଦରେ ଆଲୋଚନା କରି ଖଣ୍ଡଗିରି ଯାତ୍ରା ପାଇଁ ଉଭୟଙ୍କ ପରାମର୍ଶ ନିଆଯାଇଥିଲା। କରୋନାର ସଫଳ ମୁକାବିଲାରେ ରାଜଧାନୀବାସୀଙ୍କ ସହଯୋଗ ମିଳିଛି। କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଂ ହୋଇପାରେ। ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଖଣ୍ଡଗିରି ଯାତ୍ରା ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥର କେବେଳ ପରମ୍ପରା ପାଳନ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories