ବଲାଙ୍ଗୀର: ବଲାଙ୍ଗୀର ଜିଲାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରୀ ହେଉଛନ୍ତି ବଲାଙ୍ଗୀର ସରକାରୀ କଲେଜର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀ ମିଲି ନାୟକ। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଗାନ୍ଧୀନଗର ଛକରେ ଛାତ୍ରୀଙ୍କ ମୃତଦେହ ରଖି କଲେଜର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ମିଲି ନିଜ ସାଇକେଲରେ କଲେଜ ଯାଉଥିବା ସମୟରେ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ଟ୍ରକ ଧକ୍କାରେ କଲେଜ ଛାତ୍ରୀ ମୃତ, ଉତ୍ତେଜନା ସୃଷ୍ଟି
Popular Categories



