www.samajalive.in
Sunday, December 14, 2025
26.1 C
Bhubaneswar

ମନପସନ୍ଦର ଜୀବନ ସାଥିକୁ ବିବାହ କରିବାକୁ ଶୟନ କକ୍ଷରେ ଲଗାନ୍ତୁ ଏହି ପ୍ରଜାପତି

ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା ହୋଇଥାଏ। ଏପରି ଘରର କାମନା ସଭିଏଁ କରିଥାଆନ୍ତି। ଏହା ପାଇଁ ଏକ ସରଳ ଉପାୟ ରହିଛି। ତାହା ହେଉଛି ପେଙ୍ଗସୁଇ ପ୍ରଜାପତି। ଏହାକୁ ଘରେ ରଖିବା ଦ୍ୱାରା ପରିବାରର ସଦସ୍ୟଙ୍କ ସମ୍ପର୍କରେ ମଧୁରତା ଓ ହସଖୁସିର ବାତାବରଣ ରହିଥାଏ।
ନିଜ ମନ ପସନ୍ଦର ଜୀବନସାଥି ଅଥବା ପ୍ରେମ ସମ୍ପର୍କକୁ ଦୃଢ କରିବା ପାଇଁ ମଧ୍ୟ ପେଙ୍ଗସୁଇ ପ୍ରଜାପତି ଚିତ୍ରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ନିଜ ଘରେ ଏହି ପ୍ରଜାପତିର ଚିତ୍ରକୁ ଲଗାନ୍ତୁ , ଖୁବ ଶୁଭଫଳ ପାଇବେ।
ଯଦି ଆପଣ ନିଜ ମନପସନ୍ଦର ଜୀବନ ସାଥିକୁ ବିବାହ କରିବାକୁ ଚାହୁଁଛନ୍ତି, ତେବେ ପେଙ୍ଗସୁଇ ପ୍ରଜାପତି ଚିତ୍ରକୁ ନିଜ ଶୟନ କକ୍ଷରେ ନିଶ୍ଚୟ ଲଗାନ୍ତୁ।
ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ ମଧ୍ୟ ଏହାକୁ ନିଜ ଶୟନ କକ୍ଷରେ ଲଗାନ୍ତୁ।
ପ୍ରଜାପତିମାନଙ୍କ ସମ୍ବନ୍ଧ ସୁନ୍ଦରତା ଓ ହସଖୁସି ସହ ଜଡ଼ିତ। ଯେପରି ପ୍ରଜାପତିମାନେ ନିଜର ସୁନ୍ଦରତା ଦ୍ୱାରା ଯେକୌଣସି ବଗିଚାର ସୁନ୍ଦରତାକୁ ଦୁଇ ଗଣିତ କରିଦେଇଥାଆନ୍ତି, ସେହିପରି ପେଙ୍ଗସୁଇ ପ୍ରଜାପତିମାନେ ଘରର ସୁଖଶାନ୍ତି ଓ ହସଖୁସିର ବାତାବରଣ ସୃଷ୍ଟି କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଆନ୍ତି।
ପିଲାମାନଙ୍କ ପଢା କକ୍ଷରେ ମଧ୍ୟ ଏହାକୁ ଲଗାଇ ପାରିବେ। ଏପରି କରିବା ପରେ ପିଲାଙ୍କର ପାଠପଢା ପ୍ରତି ଏକାଗ୍ରତା ବଢିବା ସହ ଭଲପାଠ ହୋଇଥାଏ।
ମାତ୍ର ଏହି ପେଙ୍ଗସୁଇ ପ୍ରଜାପତି ଚିତ୍ରକୁ ଘରେ ସମ ସଂଖ୍ୟାରେ ହିଁ ଲଗାଇବେ। ଯେପରି ୨ , ୪, ୬, ୮।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories