www.samajalive.in
Sunday, December 14, 2025
26.1 C
Bhubaneswar

୨୮ ଲକ୍ଷ ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଜବତ, ୧ ଗିରଫ

ପାଟଣାଗଡ : ଅବକାରୀ ବିଭାଗ ଦ୍ୱାରା ଖପ୍ରାଖୋଲ-ଲାଠୋର ରାସ୍ତା ମାଲପଡା ଗ୍ରାମ ନିକଟରୁ ୪ କ୍ୱିଣ୍ଟାଲ ୬୮ କେଜି ଚୋରା ଗଞ୍ଜେଇ ଜବତ କରାଯାଇଥିବା ସହ ଚୋରା ବ୍ୟାପାରରେ ସଂପୃକ୍ତ ଛତିଶଗଡ ମହାସମୁନ୍ଦ ଜିଲା ଅନ୍ତର୍ଗତ ବିନ୍ଦ୍ରାୱନ ଗ୍ରାମର ଅରୁଣ କୁମା ସାହୁ(୬୬)ଙ୍କୁ ଗିରଫ କରାଯାଇଛି।

ଅବକାରୀ ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ନେତୃତ୍ୱରେ ଖପ୍ରାଖୋଲର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିବା ବେଳେ ମାଲପଡା ଗ୍ରାମରୁ ପ୍ରାୟ ୫ଶହ ମିଟର ଦୂରରେ ଏକ ପାଳ ଗଦା ନିକଟରେ ବହୁ ପରିମାଣର ବସ୍ତା ରଖାଯାଇଥିବା ଦେଖିବାକୁ ମିଳିଛି। ଅବକାରୀ ବିଭାଗ ସନ୍ଦେହ ପ୍ରକାଶ କରି ଅବକାରୀ ବିଭାଗ ପକ୍ଷରୁ ତଲାସି ଆରମ୍ଭ କରାଯାଇଥିଲା। ବସ୍ତାର ବିପୁଳ ପରିମାଣର ଗଞ୍ଜେଇ ଭର୍ତ୍ତି କରାଯାଇଥିବା ସହ ଛତିଶଗଡର ରାୟପୁର ଅଞ୍ଚଳକୁ ଚାଲାଣ କରାଯିବାକୁ ଉଦ୍ୟମ ଚାଲିଥିବା ଜାଣିବାକୁ ପାଇଥିଲେ ଅବକାରୀ ଅଧିକାରୀ। ଘଟଣାସ୍ଥଳରେ ଗଞ୍ଜେଇ ବସ୍ତାମାନଙ୍କୁ ଜଗି ରହିଥିବା ଅରୁଣଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା। ତେବେ ଚୋରା ଚାଲାଣ ବ୍ୟାପାରର ମୁଖ୍ୟ କାର୍ପଟଦାର ଖସିଯିବାରେ ସଫଳ ହୋଇଥିଲେ। ତେବେ ଅରୁଣଙ୍କୁ ପାଟଣାଗଡ ଅବକାରୀ କାର୍ଯ୍ୟାଳୟକୁ ଆଣି ପଚରା ଉଚୁରା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଚଢଉରେ ଶ୍ରୀ ନାଏକଙ୍କ ସମେତ ଅବକାରୀ ସବ ଇନ୍ସପେକ୍ଟର ପଦ୍ମଲୋଚନ ନାଏକ, ଏଏସ୍ଆଇ ବଳରାମ ପଧାନ, ଦୟାନିଧି ବାରିକ, ମଳୟ ପଧାନ, ଅରୁଣ ଯୋଷୀ, ଜିତେନ କୁମାର ଦୀପ, ବୁଲୁ ସେଠୀ, ଅଜିତ ସାହୁ ପ୍ରମୁଖ ସାମିଲ ଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories