www.samajalive.in
Saturday, December 13, 2025
17.1 C
Bhubaneswar

ଦୁଇ ରାତିରେ ଦୁଇଟି ବାଛୁରୀଙ୍କୁ ଶିକାର କଲା ଅଜଣା ଜନ୍ତୁ, ଗ୍ରାମବାସୀ ଭୟଭୀତ

ନବରଙ୍ଗପୁର:  ଦୁଇ ଦିନରେ ଦୁଇଟି ବାଛୁରୀଙ୍କୁ ଖାଇଗଲା ଅଜଣା ଜନ୍ତୁ। ଗାଁ ଭିତରେ ପଶି ଘର ସାମନା ଗାଈ ଗୁହାଳରୁ ଉଠାଇନେଲା ବାଛୁରୀ। ବାଘ ହୋଇଥିବା ନେଇ ସନ୍ଦେହ। ସନ୍ଧ୍ୟା ହେଲେ ଗାଁରେ ଭୟର ବାତାବରଣ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତରା ଗାଁରେ ଅଜଣା ଜନ୍ତୁର ଆତଙ୍କକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପହରଦିନ ରାତିରେ ଗାଦବାକତରା ଗାଁର ଦୁର୍ଜନ ହରିଜନଙ୍କ ତିନି ମାସର ବାଛୁରୀକୁ ଗୁହାଳରେ ବନ୍ଧା ହଇଥିବା ଅବସ୍ଥାରେ ରାତି ଅଧରେ ଗାଁରେ ପଶି ଘର ନିକଟରୁ ଉଠାଇ ନେଇଥିଲା ଅଜଣା ଜନ୍ତୁ। ସକାଳୁ ଘରୁ ୫ ଶହ ମିଟର ଦୂରରେ ବାଛୁରୀର ଶରୀର ବିହୀନ ମୁଣ୍ଡ, ପେଟ ଅଂଶ ଓ ଗୋଟିଏ ଗୋଡ଼ ଦେଖିବାକୁ ମିଳିଥିଲା। ଗତ କାଲି ରାତିରେ ପୁଣି ଏହି ଗାଁର ଲାଇବନ ହରିଜନଙ୍କ ୬ ମାସର ବାଛୁରୀକୁ ରାତି ସମୟରେ ଗୁହାଳ ଭିତରୁ ଘଶାଡୀ ନେଇଛି ଅଜଣା ଜନ୍ତୁ।ଆଜି ସକାଳୁ ଲାଇବନଙ୍କ ଘର ପାଖରୁ ୬ ଶହରୁ ୭ ଶହ ମିଟର ଦୂରରେ ମୁଖ୍ୟ ରାସ୍ତା ଉପରେ ଥିବା ଏକ ପୋଲ ନିକଟରୁ ବାଛୁରୀର ଦୁଇ ଗୋଡ଼ ସହ ଅଣ୍ଟା ଅଂଶ ଦେଖିବାକୁ ମିଳିଛି। ରାତିରେ ଅଜଣା ଜନ୍ତୁ ଗୁହାଳ ମଧ୍ୟରେ ଶିକାର କରିବା ପାଇଁ ପଷିବା ସମୟରେ ଗୁହାଳରେ ଥିବା ଗାଈ ଓ ବାଛୁରୀ ଗୁଡିକ ରଡି ଛାଡିଥିଲେ, ଏହାପରେ ଲାଇବନଙ୍କ ସ୍ତ୍ରୀ ଶାନ୍ତି ହରିଜନ ଘରୁ ବାହାରିବାର ସାହସ ନପାଇ ଝରକା ପଟୁ ଅନ୍ଧାରରେ ଗୋଟିଏ ଜନ୍ତୁ ବାଛୁରୀର ବେକକୁ ଧରି ଟାଣି ନେଉଥିବା ଦେଖିଥିଲେ। କିନ୍ତୁ ଭୟରେ ବାହାରକୁ ବହାରିନଥିଲେ। ମାଆ ଗାଇଟି ବାଛୁରୀକୁ ଖୋଜି ବୁଲୁଛି। ଏହି ଅଂଚଳରେ ପୂର୍ବରୁ ମଧ୍ୟ ବାଘର ପଦ୍ରୁଭାବ ରହିଥିଲା। ତେଣୁ ଗ୍ରାମବାସୀ ମାନେ ଏହି ଅଜଣା ଜନ୍ତୁଟି ବାଘ ହୋଇଥିବ ବା ନେଇ ସନ୍ଦେହ କରୁଛନ୍ତି। ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଏହି ଗାଁ ସଂରକ୍ଷିତ ଜଙ୍ଗଲ ଦୁଇଟି ଜିଲ୍ଲାକୁ ବିସ୍ତାରିତ ହୋଇ ରହିଛି।ଏହି ଜଙ୍ଗଲ ମଧ୍ୟରେ ଅନେକ ଜୀବଜନ୍ତୁ ରହିଛନ୍ତି ଗତ କିଛି ଦିନତଳେ ଆମପାଣି ଘାଟିରେ ଦେଖା ଯାଇଥିବା କଲରାପତରିଆ ବାଘ ଏହି ଶିକାର କରୁଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ଗୃହ ପାଳିତ ପଶୁ ମାନଙ୍କୁ ଶିକାର କରୁଥିବା ଏହି ଅଜଣା ଜନ୍ତୁକୁ ଚିହ୍ନଟ କରିବା ପାଇଁ ଡାବୁଗାଁ ବନ ବିଭାଗ କର୍ମଚାରୀ ମାନେ ଅଜଣା ଜନ୍ତୁର ପାଦ ଚିହ୍ନକୁ ସଂଗ୍ରହ କରି ନେଇଛନ୍ତି। ଆଗାମୀ ଦିନରେ ଅଜଣା ଜନ୍ତୁର ଶିକାର ଛୋଟ ଛୁଆ ଓ ଗ୍ରାମବସୀମାନେ ହୋଇପାରନ୍ତି ବୋଲି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

- Advertisement -

ପୂର୍ବରୁ ମଧ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୁଟଘର ଗାଁରେ କଲରା ପତରିଆ ବାଘ ଆତଙ୍କ ଖେଳେଇଥିଲା। ଲୋକଙ୍କ ଜୀବନ ହାନି ହେବା ପୂର୍ବରୁ ବନ ବିଭାଗକୁ ଏଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣ ଲୋକେ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories