www.samajalive.in
Saturday, December 13, 2025
17.1 C
Bhubaneswar

ଉତରାଖଣ୍ଡ ହିମସ୍ଖଳନରେ ଧାମରା ବାଂଶଡା ଥାନା ଅଞ୍ଚଳରୁ ଜଣେ ନିଖୋଜ

ଧାମରା:ଦେବଭୂମି ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଧାମରା ଅଞ୍ଚଳ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ଥାନା ଅର୍ନ୍ତଗତ ଯଶୀପୁର ଗ୍ରାମ ପଂଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ନାଗାର୍ଜୁନ ଦାସ(୨୫) ପିତା- ରବି ଦାସ ୨୦୨୦ ନଭେମ୍ବର ୫ ତାରିଖ ଠାରୁ ଉତ୍ତରାଖଣ୍ଡ ଠାରେ ଥିବା ରୁଷିଗଙ୍ଗା ପାଓାର ପ୍ରକଳ୍ପରେ ଅଧିନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ। ରବିବାର ହୋଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ନାଗାର୍ଜୁନ ମଧ୍ୟ ନିଖୋଜ ହୋଇ ଥିବା କଥା ଜାଣିବାକୁ ପାଇଥିଲେ। ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଦାସ ଫୋନ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ।  ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା କଥା ଫୋନ ଯୋଗେ କହିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ନାଗାର୍ଜୁନଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ନାଗାର୍ଜୁନଙ୍କ ପରିବାର ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପଲାଇନ ନମ୍ବରରେ ଫୋନ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ ଏବଂ ଖୁବ ଶୀଘ୍ର ସେମାନେ ସମସ୍ତ ଶ୍ରମିକଙ୍କୁ ଠାବ କଲାପରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିଲେ।

ଏଠାରେ ଉଲେଖଯୋଗ୍ୟ ନାଗାର୍ଜୁନଙ୍କର ଏକ ୨ମାସର ଶିଶୁପୁତ୍ର ଙ୍କ ସହ ତାଙ୍କର ବାପା,ମା ମଧ୍ୟ ପୁଅର ବାଟକୁ ଅନାଇ ବସିଛନ୍ତି। ଅନ୍ୟ ପକ୍ଷରେ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଖବର ପ୍ରତି ଯତ୍ନବାନ ଅଛନ୍ତି ବୋଲ ଜଣାଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories