www.samajalive.in
Saturday, December 13, 2025
26.1 C
Bhubaneswar

ଟି୧୦ ଲିଗ୍‍କୁ ଆଇସିସିର ସବୁଜ ସଙ୍କେତ

ଶାରଜା : ଚଳିତବର୍ଷ ନଭେମ୍ବରରେ ୟୁଏଇର ଶାରଜାରେ ଆୟୋଜକ ହେବ ଟି୧୦ କ୍ରିକେଟ ଲିଗ୍‍ର ୨ୟ ସଂସ୍କରଣ। କ୍ରିକେଟ୍‍ର ଏହି ନୂତନ ସଂସ୍କରଣକୁ ସବୁଜ ସଙ୍କେତ ପ୍ରଦାନ କରିଛି ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)। ଫଳରେ ଟି୧୦ ଲିଗ୍‍ର ଆୟୋଜକ ବେଶ୍‍ ଉତ୍ସାହିତ ହୋଇ ପଡ଼ିଛନ୍ତି। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଖେଳିବେ। ପ୍ରତି ଦଳରେ ଏକାଧିକ ଆନ୍ତର୍ଜାତିକ କ୍ରିକେଟର ରହିବେ।
ସୀମିତ ଓଭର କ୍ରିକେଟର ନୂତନ ସଂସ୍କରଣ ଟ୍ୱେଣ୍ଟି୨୦ ପନ୍ଦର ବର୍ଷ ତଳେ ଜନ୍ମ ନେଇଥିବା ବେଳେ ଗତବର୍ଷ ୧୦ ଓଭରର କ୍ରିକେଟ ମ୍ୟାଚ୍‍ ଆୟୋଜନ କରା ଯାଇଥିଲା। ଟି୧୦ ଲିଗ୍‍ରେ ବହୁ ଆନ୍ତର୍ଜାତିକ କ୍ରିକେଟର ଖେଳିଥିଲେ। ଗତବର୍ଷ ପ୍ରଥମ ସଂସ୍କରଣରେ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଇଓନ୍‍ ମୋର୍ଗାନ୍‍ଙ୍କ ନେତୃତ୍ୱାଧୀନ କେରଳ କିଙ୍ଗ୍‍ସ ଦଳ ଚମ୍ପିଆନ୍‍ ହୋଇଥିଲା। ଏହି ଲିଗ୍‍କୁ ଚଳିତବର୍ଷ ଆଇସିସି ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଏଥିରେ ବହୁ ଆନ୍ତର୍ଜାତିକ କ୍ରିକେଟର ଖେଳିବେ ବୋଲି ଆୟୋଜକ ଆଶା ରଖିଛନ୍ତି। ପୁଣି ଏହି ଲିଗ୍‍ର ପ୍ରାୟୋଜନ ପାଇଁ ବେଶ୍‍ ନାମୀ କମ୍ପାନୀ ଆଗେଇ ଆସିବେ। ନଭେମ୍ବର ୨୩ରୁ ଆରମ୍ଭ ହେଉଥିବା ଟି୧୦ ଲିଗ୍‍ ପାଇଁ ୮ଟି ପ୍ରତିଯୋଗୀ ଦଳରେ ଖେଳାଳି ସାମିଲ ପ୍ରକ୍ରିୟା ସେପ୍ଟେମ୍ବରରେ ଆରମ୍ଭ ହେବ। ତେବେ ୮ଟି ଫ୍ରାଞ୍ଚାଇଜି ଦଳ ସେମାନଙ୍କ ଆଇକନ୍‍ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି। ଆଫ୍‍ଗାନିସ୍ତାନର ରସିଦ୍‍ ଖାଁ (ମରାଠା ଆରବିୟାନ୍‍ସ), ପାକିସ୍ତାନର ସାହିଦ୍‍ ଆଫ୍ରିଦି (ପାଖ୍‍ତୁନ୍‍ସ), ପାକିସ୍ତାନର ସୋଏବ୍‍ ମାଲିକ୍‍ (ପଞ୍ଜାବୀ ଲେଜେଣ୍ଡ୍‍ସ), ଇଂଲଣ୍ଡର ଇଓନ୍‍ ମୋର୍ଗାନ୍‍ (କେରଳ କିଙ୍ଗ୍‍ସ), ନ୍ୟୁଜିଲାଣ୍ଡର ବ୍ରେଣ୍ଡନ୍‍ ମ୍ୟାକ୍‍କଲମ୍‍ (ରାଜପୁତସ), ୱେଷ୍ଟଇଣ୍ଡିଜ୍‍ର ସୁନୀଲ ନାରାୟଣ (ବେଙ୍ଗଲ ଟାଇଗର୍ସ), ୱେଷ୍ଟଇଣ୍ଡିଜ୍‍ର ଡ୍ୟାରେନ୍‍ ସାମି (ନଦର୍ଣ୍ଣ ୱାରିସଅର୍) ଓ ଅଷ୍ଟ୍ରେଲିଆର ସେନ୍‍ ୱାର୍ଣ୍ଣ (କରାଚିଆନ୍‍ସ) ଦଳର ଆଇକନ୍‍ ଖେଳାଳି ଅଛନ୍ତି। ଏହି ୧୦ ଓଭରର ଲିଗ୍‍କୁ ଆଇସିସି ସ୍ୱୀକୃତି ଦେବା ପରେ ଏହା ୟୁଏଇ ବାହାରେ ଅନ୍ୟଦେଶରେ ମଧ୍ୟ ଖେଳାଯିବ। ୯୦ ମିନିଟରେ ମ୍ୟାଚ୍‍ ସମାପ୍ତ ହେଉଥିବାରୁ ଦର୍ଶକଙ୍କର ଭରପୂର ମନୋରଞ୍ଜନ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories