www.samajalive.in
Thursday, December 11, 2025
14.1 C
Bhubaneswar

କୁଲଡିହା ଜଙ୍ଗଲରେ ଜନ୍ମଦିନ ପାଳିଲେ ପୁରୀ ଗଜପତି !

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ମାମୁଘରକୁ ବୁଲିବାକୁ ଆସିଥିଲେ ଶ୍ରୀକ୍ଷେତ୍ର ପୁରୀର ରାଜା ଗଜପତି ଦିବ୍ୟସିଂହ ଦେବ। ଏହି ଅବସରରେ କୁଲଡିହା ଅଭୟାରଣ୍ୟର ଡାକବଙ୍ଗଳାରେ ରହଣି କରି ସେ ଜଙ୍ଗଲରେ ନିଜ ଜନ୍ମଦିନ ପାଳନ କରିବା ପରେ ରବିବାର ଏଠାରୁ ପ୍ରତ୍ୟାବର୍ତ୍ତନ କରିଯାଇଥିବା ଦେଖିବାକୁ ମିଳିଛି। ତେବେ ନୀଳଗିରିର ଐତିହ୍ୟ କୁହାଯାଉଥିବା ରାଜବାଟୀ ସମ୍ମୁଖସ୍ଥ ସିଂହଦ୍ୱାର ଉପରେ ଥିବା ଘଡ଼ିଘର ଆକୃତିର ଏକ କେକ୍‍କୁ କାଟି ପରିବାର ମଧ୍ୟରେ ଗଜପତି ଖୁସି ମନାଇଥିବା ପରିଲକ୍ଷିତ ହୋଇଛି।
ନୀଳଗିରି ଗଡ଼ଜାତର ତତ୍କାଳୀନ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜଙ୍କ ସାନଝିଅ ସ୍ନେହଲତା ଦେବୀ ବା ସୂର୍ଯ୍ୟମଣି ପାଟମହାଦେଇଙ୍କ ପୁଅ ଦିବ୍ୟସିଂହ ଦେବ ଶନିବାର ତାଙ୍କ ୬୯ତମ ଜନ୍ମଦିନ ପାଳନ କରିଛନ୍ତି। ମହାଆଡ଼ମ୍ବର ନୁହଁ ବରଂ ସାଧାରଣଭାବେ ନିଜ ଜନ୍ମଦିନକୁ ଗଜପତି ପାଳନ କରିଛନ୍ତି। ଏନେଇ ଗୋହିରାଭୋଳ ନିକଟ ରିଷିଆ ଡ୍ୟାମରୁ ସଂଗ୍ରହ କରାଯାଇଥିବା କଇଁଫୁଲ ସଜା ହୋଇଥିଲା। ଗଜପତିଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ପୁରୀ ରାଣୀସାହେବା ଲୀଳାବତୀ ପାଟମହାଦେଇ, ସାନଭାଇ ତଥା ଥାଟରାଜା ରଣର୍ଣ୍ଣବ ଦେବ, ମାମୁପୁଅ ଭାଇ ତଥା ନୀଳଗିରି ରାଜାସାହେବ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ସାନଭାଇ ଜଗଦ୍ଦୀଶ ମର୍ଦ୍ଦରାଜ, ନୀଳଗିରି ରାଣୀସାହେବା ମନୋଜା ମଞ୍ଜରୀ ଦେବୀ, ପ୍ରକାଶ ମର୍ଦ୍ଦରାଜଙ୍କ ସମେତ ଗଜପତିଙ୍କ ଝିଅ, ଜ୍ୱାଇଁ, ନାତୁଣୀମାନେ ଉପସ୍ଥିତ ଥିଲେ। ଗତ ୩ତାରିଖରୁ ସେ ପରିବାର ସହ କୁଲଡିହା ଡାକବଙ୍ଗଳାରେ ରହି ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ବନ୍ୟଜନ୍ତୁଙ୍କ ଫଟୋ ଉତ୍ତୋଳନ କରି ମଜା ଉଠାଇଥିଲେ। କୁଲଡିହାର ପ୍ରକୃତିକୁ ପାଖରୁ ପରଖି ଥିଲେ। ଶନିବାର ସନ୍ଧ୍ୟାରେ ସେ ପରିବାର ସହ ଜନ୍ମଦିନ ପାଳନ କରି ରବିବାର ପୂର୍ବାହ୍ନରେ ନୀଳଗିରି ରାଜବାଟୀସ୍ଥିତ ମାମୁଘରେ ପହଞ୍ଚିଥିଲେ। ମାମୁ ରାଉତରାୟ ରଥେନ୍ଦ୍ର ମର୍ଦ୍ଦରାଜ, ସାନକୁମାର କିରଣେନ୍ଦ୍ର ମର୍ଦ୍ଦରାଜ, ମାଇଁ ଅରୁନ୍ଧତୀ ହରିଚନ୍ଦନ, ପ୍ରତିଭା ହରିଚନ୍ଦନ, ଜ୍ୟୋତ୍ସ୍ନା ହରିଚନ୍ଦନ, ରେଣୁକା ହରିଚନ୍ଦନ, ଭାଇ ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ, ଜଗଦ୍ଦୀଶ ମର୍ଦ୍ଦରାଜ, ଗୌତମ ମର୍ଦ୍ଦରାଜ, ସାହେବ ମର୍ଦ୍ଦରାଜ, ପ୍ରକାଶ ମର୍ଦ୍ଦରାଜଙ୍କ ସହ ପାରିବାରିକ ଆଲୋଚନା କରି ଶ୍ରୀକ୍ଷେତ୍ର ପୁରୀ ପ୍ରତ୍ୟାବର୍ତ୍ତନ କରିଥିବା ଦେଖିବାକୁ ମିଳିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories