www.samajalive.in
Thursday, December 11, 2025
13.1 C
Bhubaneswar

ଝରାଫୁଲ ମୃତ୍ୟୁ ଘଟଣା ସାଇଣ୍ଟିଫିକ୍‌ ପ୍ରମାଣକୁ ଆଧାର କରି ତଦନ୍ତ ତ୍ବରାନ୍ବିତ

ରସୁଲପୁର : ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇଦେଇଥିବା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା ୧୨ ଦିନ ହେଇଥିଲେ ମଧ୍ୟ ଏହି ମୃତ୍ୟୁ ଘଟଣାର ସତ୍ୟ ଲୋକଲୋଚନକୁ ଆସିପାରି ନାହିଁ। ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ସାଇଣ୍ଟିଫିକ୍‍ ପ୍ରମାଣକୁ ଆଧାର କରି ଏହି ମୃତ୍ୟୁ ଘଟଣାର ସତ୍ୟ ଉନ୍ମୋଚନ କରିବାକୁ ପ୍ରୟାସ ଚଳାଇଛି। ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ଘରୁ ପୁଲିସ ଜବତ କରିଥିବା ମୋବାଇଲ ଫୋନ୍‍ କଲ୍‍ରୁ ଅନେକ ତଥ୍ୟ ମଧ୍ୟ ହାସଲ କରିଛି। ଏତଦ୍‍ବ୍ୟତୀତ ଝରାଫୁଲ ସହ ମୁଖ୍ୟ ଅଭିଯୁକ୍ତ ରାକେଶର ରହିଥିବା ନିବିଡତା ସମ୍ପର୍କ ନେଇ ମଧ୍ୟ ପୁଲିସ ଅଧିକ ତଥ୍ୟ ସଂଗ୍ରହ କରି ତଦନ୍ତ ଚଳାଇଛି। ଫେରାର ଥିବା ଅନ୍ୟ ସହଯୋଗୀ ଅଭିଯୁକ୍ତକୁ ଗିରଫ କରାଯିବା ସକାଶେ ପୁଲିସ ପକ୍ଷରୁ ବିଭିନ୍ନସ୍ଥାନରେ ଚଢଉ ଅବ୍ୟାହତ ରହିଛି। ଝରାଫୁଲର ମୋବାଇଲ୍‍ଟି ପୁଲିସର ହସ୍ତଗତ ହେଲେ ବହୁ ତଥ୍ୟ ମିଳିପାରିବ ବୋଲି ଜଣାଯାଇଛି।
ଘଟଣାଦିନ ଝରାଫୁଲ କ’ଣ କ’ଣ ଖାଦ୍ୟ ଖାଇଛନ୍ତି ତା’ର ତଥ୍ୟ ମଧ୍ୟ ଭିସେରା ରିପୋର୍ଟ ମିଳିଲେ ଜଣାପଡିବାର ସମ୍ଭାବନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories