www.samajalive.in
Sunday, December 14, 2025
23.1 C
Bhubaneswar

ପିପିଲିରେ ଚକାଜାମ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ

ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ରଦ୍ଦ ଦାବିରେ ଦିଲ୍ଲୀ ସୀମାରେ ଚାଲୁଥିବା କୃଷି ଆନ୍ଦୋଳନକୁ ସଫଳ କରିବା ପାଇଁ ଓ ଦିଲ୍ଲୀରେ କୃଷକଙ୍କ ଉପରେ ପୁଲିସର ଦମନଲିଳା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ପିପିଲି ବ୍ଲକ କମିଟି ପକ୍ଷରୁ ଶନିବାର ପିପିଲିରେ ଚକାଜାମ ଆନ୍ଦୋଳନ କରାଯାଇଥିଲା ।

ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ ଓ ସିପିଆଇ(ଏମ୍‍ଏଲ) ଲିବରେସନ ର ପିପିଲି ବ୍ଲକ ସଂପାଦକ ସର୍ବେଶ୍ୱର ଭାରତୀଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ନେତା ପିପିଲି ଟୋଲ୍‍ଗେଟ୍‍ ଛକ ନିକଟ ପିପିଲି ପ୍ରବେଶ ପଥଠାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଦିନ ୧୨ଟାରୁ ଅବରୋଧ କରିବା ସହ ଚକାଜାମ ଆନ୍ଦୋଳନ କରିଥିଲେ । ସେଠାରେ ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରୀଭାରତୀଙ୍କ ସମେତ ରାଜକିଶୋର ଶତପଥୀ, କିଷାନ ପଟ୍ଟନାୟକ, ସୁନନ୍ଦ ଗଡନାୟକ, ରବିନ୍ଦ୍ର ସ୍ୱାଇଁ, ରାଜୀବ ସାହୁ, କାହ୍ନୁଚରଣ ବେହେରା, ଲକ୍ଷ୍ମୀଧର ପ୍ରଧାନ, ଭବାନୀ ପ୍ରଧାନ, ତ୍ରିଲୋଚନ ବେହେରା, ରାମଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନିତୀକୁ କଡା ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍‍କୁ ରଦ୍ଦ କରିବା ପାଇଁ ଦାବି କରିଥିଲେ । ସେଠାରେ ଦୀର୍ଘ ୧ଘଣ୍ଟା କାଳ ଚକାଜାମ ଆନ୍ଦୋଳନ କରାଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡିମୋଟର ଅଟକି ରହିଥିଲା । ପରେ ଆନ୍ଦୋଳନକାରୀମାନେ ସେଠାରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ ଚାନ୍ଦୁଆ ବଜାର, ପିପିଲି ବଜାର ପରିକ୍ରମା କରିବା ସହିତ ହାଟଛକ ଠାରେ ଏକ ପ୍ରତିବାଦ ସଭା କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସମେତ ପୁଲିସ ଫୋର୍ସ ସେଠାରେ ଉପସ୍ଥିତ ଥିଲା ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories