www.samajalive.in
Monday, December 8, 2025
13.1 C
Bhubaneswar

୧୮ ମାସ ପରେ ଜାମ୍ମୁ-କାଶ୍ମୀରରେ ମିଳିଲା ୪ଜି ମୋବାଇଲ୍‍ ଇଣ୍ଟରନେଟ୍‍ ସେବା

ଜାମ୍ମୁ-କାଶ୍ମୀର ସରକାର ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ୪ଜି ମୋବାଇଲ୍‍ ଇଣ୍ଟରନେଟ୍‍ ସେବାକୁ ପୁଣି ସକ୍ରିୟ କରିଛନ୍ତି। ଏ ସମ୍ପର୍କିତ ଘୋଷଣା ସରକାରଙ୍କ ମୁଖପାତ୍ର ରୋହିତ କନ୍‍ସାଲ ଟ୍ୱିଟ୍‍ କରି ଜଣାଇଛନ୍ତି। ସେ କହିଛନ୍ତି ୩୭୦ଧାରା ଉଚ୍ଛେଦ ସହିତ ୨୦୧୯ ମସିହା ଅଗଷ୍ଟ ୫ ତାରିଖ ଠାରୁ ଜାମ୍ମୁ-କାଶ୍ମୀରରେ ବନ୍ଦ କରିଦିଆଯାଇଥିବା ୪ଜି ଇଣ୍ଟରନେଟ୍‍ ସେବା ପୁଣି ସକ୍ରିୟ ହୋଇଛି। ୨୦୨୦ ମସିହା ଜାନୁଆରୀ ୨୫ ତାରିଖରୁ ୨ଜି ଇଣ୍ଟରନେଟ୍‍ ସେବାକୁ ଲାଗୁ କରାଯାଇଥିଲା। ୨୦୨୦ମସିହା ଅଗଷ୍ଟ ମାସ ୧୬ ତାରିଖରେ ଗନ୍ଦରବାଲ ଓ ଉଦାମପୁର ଜିଲ୍ଲାରେ ଦ୍ରୁତବେଗ ସମ୍ପନ୍ନ ମୋବାଇଲ ଡାଟା ସର୍ଭିସ୍‍କୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ତେବେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ସନ୍ତ୍ରାସବାଦୀମାନେ ଇଣ୍ଟରନେଟ୍‍ ସେବାର ଦୁରୂପଯୋଗ କରିବା ଆଶଙ୍କା କଥା ଦର୍ଶାଇ କର୍ତ୍ତୃପକ୍ଷ ଏହି ସେବାକୁ ବନ୍ଦ ରଖିଥିଲେ।

ଇତିମଧ୍ୟରେ ଜାମ୍ମୁ-କାଶ୍ମୀର ସରକାର ଲ୍ୟାଣ୍ଡଲାଇନ୍‍ ଜରିଆରେ ଇଣ୍ଟରନେଟ୍‍ ସଂଯୋଗକୁ ପୁଣି ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଗୃହବିଭାଗର ପ୍ରମୁଖ ସଚିବ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ପ୍ରିପେଡ୍‍ ସିମ୍‍କାର୍ଡଧାରୀ ଉପଭୋକ୍ତାମାନଙ୍କୁ ମଧ୍ୟ କେତେକ ଆବଶ୍ୟକ କାଗଜପତ୍ର ଯାଞ୍ଚ ପରେ ଇଣ୍ଟରନେଟ୍‍ ସେବା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶାନାମାରେ କୁହାଯାଇଛି। ଇଣ୍ଟରନେଟ୍‍ ସେବା ପୁଣି ଲାଗୁ ହୋଇଥିବାରୁ ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟୀମାନେ ଏହାକୁ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଆର୍ଥିକ ଓ ଇ-ଶିକ୍ଷା କ୍ଷେତ୍ରରେ ପ୍ରଗତି ହାସଲ କରାଯାଇପାରିବ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories