www.samajalive.in
Monday, December 8, 2025
17.1 C
Bhubaneswar

ମହାନଦୀ ପାଇଁ ପୁଣି ହେବ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି। ତେବେ ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶାକୁ ଆଖିଦୃଶିଆ ସଫଳତା ମିଳିପାରୁନଥିବାରୁ ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଥିଲା ମହାନଦୀ ଟ୍ରିବ୍ୟୁନାଲ୍‌ର ୧୯ତମ ଶୁଣାଣି। ଏହି ୧୯ତମ ଶୁଣାଣିରେ ବି କମନ୍‌ ଇନ୍‌ଫର୍ମେସନ୍‌ ଫର୍ମାଟ୍‌ ଚୂଡ଼ାନ୍ତ ହୋଇପାରିନାହିଁ। ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶାକୁ ଆଖିଦୃଶିଆ ସଫଳତା ମିଳି ପାରୁନାହିଁ। ଆସନ୍ତା ମାର୍ଚ୍ଚ ୧୨ରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନକୁ ୩ ବର୍ଷ ପୂରଣ ହେବ। ୩ ବର୍ଷରେ ମହାନଦୀ ଜଳ ବିବାଦ ସମାଧାନର ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ। ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶା ମଧ୍ୟ କୌଣସି ଅନ୍ତରୀଣ ଆଦେଶ ପାଇପାରିଲା ନାହିଁ। ପ୍ରତିପକ୍ଷ ଛତିଶଗଡ଼ ଯେଉଁ ସବୁ ନିର୍ମାଣ କାମ କରୁଛି ତାହା ମଧ୍ୟ ରୋକା ଯାଇ ପାରିଲା ନାହିଁ। ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ନ ପାରେ। ତେଣୁ ପୁଣି ଆନ୍ଦୋଳନ ଲାଗି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଥିବା ମହାନଦୀ ଆନ୍ଦୋଳନ ବଞ୍ଚାଅ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସୂଚନା ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‍ ଗଠନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories