www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦେବୀଗଳି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତର ନାମ କାଳନ୍ଦୀ ବୈଠାରୁ ଓରଫ କାଳିଆ (୨୫) ଓ ତାର ଘର ଉକ୍ତ ଦେବୀଗଳି ଭବାନୀପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତା’ ନିକଟରୁ ପୁଲିସ ୬.୫ ଗ୍ରାମ ବ୍ରାଉନସୁଗାର, ନଗଦ ୫ହଜାର ଟଙ୍କା ଓ ଏକ ବାଇକ୍‍କୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ ପୁଲିସ ଆଜି ପୁରୀ କୋର୍ଟକୁ ଚାଲାଣ କରିଛି ।

ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ଏନ୍‍ଏସି ଅନ୍ତର୍ଗତ ଦେବୀଗଳି ଅଞ୍ଚଳରେ ବ୍ରାଉନ୍‍ସୁଗାର କାରବାର ଚାଲିଥିବା ସଂପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏସ୍‍ଆଇ ସନ୍ଦୀପ କୁମାର ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ, ସାନ୍ତନୁ ନାୟକ ପ୍ରମୁଖ ଚଢଉ କରିବା ସହ ବ୍ରାଉନସୁଗାର ବିକ୍ରି କରୁଥିବା କାଳନ୍ଦୀ ବୈଠାରୁ ଓରଫ କାଳିଆକୁ ଧରିବାରେ ସକ୍ଷମ ହୋଇଥିଲେ । ଚଢଉ ବେଳେ କାଳିଆର ଭାଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ କାଳିଆ ଠାରୁ ୬.୫ଗ୍ରାମ ବ୍ରାଉନସୁଗାର, ନଗଦ ୫ହଜାର ଟଙ୍କା ଓ ଏକ ବାଇକ୍‍କୁ ଜବତ କରିଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ୬୫ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଫେରାର୍‍ ହୋଇଯାଇଥିବା ଅଭିଯୁକ୍ତ ସମେତ ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories