www.samajalive.in
Wednesday, December 10, 2025
14.1 C
Bhubaneswar

ନବବଧୂକୁ ବିଷଦେଇ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମରେ ନବ ବଧୂକୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶୁକ୍ରବାର ଦିନ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ସ୍ବାମୀ ଜଣକ ହେଲେ କୁଶପଲ୍ଲୀ ଗ୍ରାମର ଜିତେନ୍ଦ୍ର ବିଷୋୟୀ। ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୪୫/୨୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ପ୍ରକାଶ ଯେ କୁଶପଲ୍ଲୀ ଗ୍ରାମର ଗୌରାଙ୍ଗ ବିଷୋୟୀଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଗ୍ରାମର ପ୍ରମିଳା ପୋଲେଇଙ୍କ ଝିଅ ପ୍ରିୟଙ୍କା (୨୧)ଙ୍କ ବିବାହ ଗତ ୦୯.୧୨.୨୦୨୦ରେ ହୋଇଥିଲା। ବିବାହ ସମୟରେ ଦାବୀ ମୁତାବକ ବିଭିନ୍ନ ପ୍ରକାର ଯୌତୁକ ଦିଆଯାଇଥିଲେ ହେଁ ଅତ୍ଯଧିକ ଯୌତୁକ ଲୋଭରେ ବୋହୂ ପ୍ରିୟଙ୍କା ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା। କୌଣସି କାରଣରୁ ଗତ ୧ ତାରିଖ ରାତିରେ ବିଷ ପ୍ରକିୟା ଯୋଗୁଁ ପ୍ରିୟଙ୍କା ମୃତ୍ୟୁ ବରଣ କରିଥିଲେ। ଏହାକୁ ନେଇ ତାଙ୍କ ମାଆ ପ୍ରମିଳା ପୋଲେଇ ଝିଅକୁ ଶାଶୁଘର ଲୋକେ ବିଷ ଦେଇ ମାରି ଦେଇଛନ୍ତି ବୋଲି ୪ ତାରିଖରେ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories