www.samajalive.in
Sunday, December 14, 2025
23.1 C
Bhubaneswar

ଅତାବିରାରେ ଦୁଇଟି କେନ୍ଦ୍ରରେ ସମ୍ପନ୍ନ ହେଲା ପଠାଣି ସାମନ୍ତ ପରୀକ୍ଷା

ରେଙ୍ଗାଲିକେମ୍ପ : ଆଜି ଅତାବିରା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇଟି କେନ୍ଦ୍ରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ସମ୍ପନ୍ନ ହୋଇଯାଇଛି। ଷ୍ଟେଜପ୧ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଷ୍ଟେଜପ୨ରେ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୂର୍ବ ଶ୍ରେଣୀରେ ବାର୍ଷିକ ପରୀକ୍ଷାରେ ୬୦ପ୍ରତିଶତରୁ ଅଧିକ ନମ୍ୱର୍ ରଖିଥିଲେ ସେମାନେ ଏହି ପରୀକ୍ଷା ଦେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କେନ୍ଦ୍ର ୧ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକର ଷ୍ଟେଜ ପ୧ରେ ୬୭ଜଣ ଓ ଷ୍ଟେଜପ୨ରେ ୬୧ଜଣ ମୋଟ ୧୨୮ ଜଣ ଓ କେନ୍ଦ୍ର ୨ରେ ନୋଡାଲ ଉଚ୍ଚ ବିଦ୍ୟାଳୟରେ  ଷ୍ଟେଜପ୧ରେ ୮୪ଜଣ ଓ ଷ୍ଟେଜ ପ୨ରେ ୬୭ଜଣ ମୋଟ ୧୫୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ସରକାରୀ ଉଚ୍ଚ ବାଳିକା କେନ୍ଦ୍ରରେ ପ୍ରଧ ଶିକ୍ଷୟତ୍ରୀ ଶ୍ରୀ ସୁରେନ୍ଦ୍ର ବେହେରା ସୁପରିଷ୍ଟେଣ୍ଡେଣ୍ଟ ଦାୟିତ୍ୱରେ ଥିବାବେଳେ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଡାନିଏଲ୍ ନନ୍ଦ ସୁପରିଷ୍ଟେନ୍ଦେଣ୍ଟ ଦାୟିତ୍ଵରେ ରହିଥିଲେ । ଏହି ପରୀକ୍ଷା ସକାଳ ୮ଟା ରୁ ଆରମ୍ଭ ହୋଇ ୧୧ଟାରେ ଶେଷ ହୋଇଥିଲା। କେନ୍ଦ୍ର ୧ରେ ବିଦ୍ୟୁତ୍ ପ୍ରଭା ମିଶ୍ର,କିଆ ହୁଇ ଓ ପଦ୍ମିନୀ ତ୍ରିପାଠୀ ଏବଂ କେନ୍ଦ୍ର ୨ରେ ତ୍ୟୋତିକିରଣ ମିଶ୍ର,ସୁପ୍ରଭା ସାହୁ ଓ ଲବ ସାହୁ ଏହି ପରୀକ୍ଷାକୁ ପରିଚାଳନା କରିଥିଲେ ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories