www.samajalive.in
Thursday, December 11, 2025
16.1 C
Bhubaneswar

ମୁରିବାହାଲ ବ୍ଲକର ୨ ପଞ୍ଚାୟତରେ ନିଧି ପକ୍ଷରୁ ୪୦ ଗୋଟି ସ୍ମାର୍ଟଫୋନ ବଣ୍ଟନ

ମୁରିବାହାଲ : ମୁରିବାହାଲ ବ୍ଲକ ୨ ଗୋଟି ଗ୍ରାମପଞ୍ଚାୟତ ଲେବେଡା ଓ ଟୁପାଉଡାରରେ ମଙ୍ଗଳବାର ନିଧି ପକ୍ଷରୁ ଗରିବ ମହିଳାମାନଙ୍କୁ ସ୍ମାର୍ଟଫୋନ ବଣ୍ଟନ କରାଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିଅରଞ୍ଜନ କୁମାର ଥିବାବେଳେ ସମ୍ମାନିତ ଅତିଥି ଭାବରେ ବିପିଏମ ଜୀବିକା ମିଶନ ଗୋପାଲ ଦୀପ, ପ୍ରାଣିଧନ ନିରୀକ୍ଷକ ବୀରେନ୍ଦ୍ର କୁମାର ଷଢଙ୍ଗୀ, ଲେବେଡା ସରପଞ୍ଚ ହେମସାଗର ସାହୁ, ପିଇଓ ସୀତାକାନ୍ତ ବେହେରା, ନିଧି ଡା଼ଇରେକ୍ଟର ପ୍ରଶାନ୍ତ ମୁଦୁଲି, ଏମପାୱାର୍ଡ଼ ମେନେଜର ଶାଶ୍ଵତୀ ପଟ୍ଟନାୟକ ମଞ୍ଚାସିନ ହୋଇଥିଲେ। ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଡିଜିଟାଲ ଟେକ୍ନୋଲୋଜି ସ୍ମାର୍ଟଫୋନ ଦ୍ୱାରା ସମାଜର ଲାଭ ହେବ ବୋଲି ଅତିଥିମାନେ ବକ୍ତବ୍ୟ କରିଥିଲେ। ୪୦ ଜଣ ଗରିବ ପରିବାରକୁ ସ୍ମାର୍ଟଫୋନ ବଣ୍ଟନ କରାଯାଇଛି। ଅତି ଗରିବ ପରିବାର ମାନଙ୍କର ସର୍ବାଙ୍ଗୀନ ଉନ୍ନତି ବିକାଶ ନିମନ୍ତେ ଆର୍ଥିକ ସାମାଜିକ ଅବସ୍ଥାକୁ ସୁଦୃଢ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ପ୍ରକଳ୍ପକୁ ଟାଟା କମ୍ୟୁନିକେସ ଏବଂ ଟ୍ରିକଲ ଅଫ ସହାୟତା କରିଛି। ବ୍ଲକ ସ୍ତରରେ ନିଧି ଅନୁଷ୍ଠାନ ଦ୍ୱାରା କାର୍ୟ୍ୟକ୍ରମ କରାଯାଇଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories