www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀ-ତୂଳସୀପୁର ରାସ୍ତାରୁ ହଟିଲା ଜବରଦଖଲ

ବାଙ୍କୀ: ବାଙ୍କୀ-ଖୋଦ୍ଧା ମୁଖ୍ୟ ରାସ୍ତାର ବାଙ୍କୀ ପେଟ୍ରୋଲ ପମ୍ପ ଠାରୁ ତୂଳସୀପୁର ପର୍ଯ୍ୟନ୍ତ ଦୀର୍ଘ ୭କିମି ରାସ୍ତା ପୁନଃରୁଦ୍ଧାର ଓ ପ୍ରଶସ୍ତି କରଣ ପାଇଁ ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କେତେକ କାରଣ ବସତଃ ରାସ୍ତାର ଉଭୟ ପାଶ୍ୱର୍ରେ ଜବରଦଖଲ ଥିବା ହେତୁ ଠିକାଦାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବନ୍ଧକ ଆସିବାରୁ ରାସ୍ତା ନିର୍ମାଣ କାର୍ଯ୍ୟ ସଠିକ୍ ଭାବରେ ବଢିପାରୁନଥିଲା। ଦୀର୍ଘଦିନ ଧରି ରାସ୍ତା କାର୍ଯ୍ୟ ନହେବେରୁ ଅଞ୍ଚଳବାସୀ ଅତିଷ୍ଟ ହେବା ସହ ଏହି ରାସ୍ତାଟି ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ପୂର୍ବରୁ ବାଙ୍କୀ ପ୍ରଶାସନ ପକ୍ଷରୁ ଜବରଦଖଲ କାରୀମାନେ ନହଟିଲେ ପ୍ରଶାସନ ନିଜେ ଉଚ୍ଛେଦ ହଟାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଥିଲା।

 

- Advertisement -

ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମାଜଷ୍ଟ୍ରେଟ୍ ଦେବଦତ୍ତ ଦାସଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ବାଙ୍କୀ ପେଟ୍ରୋଲ ପମ୍ପ ଠାରୁ ଢଁସର ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୪କିମି ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଦୋକାନଘର ଓ ଜବରଦଖଲକାରି ଅଞ୍ଚଳକୁ ଭାଙ୍ଗିବାରେ ପ୍ରଶାସନ ସଫଳ ହୋଇଛି। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଆଶିଷ କୁମାର ନାୟକଙ୍କୁ ପଚାରିବାରୁ ଆଜି ୪କିମି ରାସ୍ତାରୁ ଜବରଦଖଲ ହଟିଛି। ନିକଟରେ ଆଉ ଏକ ଦିନ ଧାର୍ଯ୍ୟ କରାଯାଇ ଅବଶିଷ୍ଟ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଚ୍ଛେଦ କାର୍ଯ୍ୟକ୍ରମଟି ତହସିଲଦାର ସତ୍ୟରଞ୍ଜନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଞ୍ଚାଳିତ ହୋଇଥିଲା ବେଳେ ବାଙ୍କୀ ଥାନା ଅଧିକାରୀ ଦେବେନ୍ଦ୍ର ମଲ୍ଲିକଙ୍କ ସମେତ ପୋଲିସ ପ୍ରଶାସନ,ତହସିଲ ପ୍ରଶାସନିକ ଅଧିକାରୀ ଏବଂ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବିନୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ନିକଟରେ ପଡିଥିବା କ୍ୟାବିନ୍, ବାଇୟାଣିବର, ଗୋପାଳପୁର ଏବଂ ଢଁସର ଛକ ଠାରୁ ଉଚ୍ଛେଦ କାର୍ଯ୍ୟ ସଫଳ ହୋଇଥିବା ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories