www.samajalive.in
Sunday, December 14, 2025
23.1 C
Bhubaneswar

ମ୍ୟାଁମାର ସେନାର ବିଦ୍ରୋହ

ୟାଙ୍ଗୁନ୍‌: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍‌ ସାନ୍‌ ସୁ କି’ଙ୍କ ସରକାର ବିରୋଧରେ ମ୍ୟାଁମାର୍‌ ସେନା ବିଦ୍ରୋହ କରିଛି। ସୁ କି’ଙ୍କୁ ସେନା ପଦଚ୍ୟୁତ କରିବା ସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି। ସୁ କି ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଅଟକ ରଖାଯାଇଛି। ସେନାର କମାଣ୍ଡର ଇନ୍‌ ଚିଫ୍‌ ମିନ୍‌ ଅଙ୍ଗ ଲାଇଙ୍ଗ କ୍ଷମତା ଦଖଲ କରିଛନ୍ତି। ଉପରାଷ୍ଟ୍ରପତି ମିଣ୍ଟ ସ୍ବେ କାମଚଳା ରାଷ୍ଟ୍ରପତି ହୋଇଛନ୍ତି। ସୋମବାର ବଡ଼ି ସକାଳୁ ଦେଶରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଗଣତନ୍ତ୍ରପ୍ରେମୀଙ୍କୁ ହତବାକ୍‌ କରିଦେଇଛି। ସୁ କି ଏବେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ମ୍ୟାଁମାରରୁ ଅନ୍ୟ ରାଷ୍ଟ୍ରକୁ ବିମାନ ଚଳାଚଳ ବନ୍ଦ ରହିଛି। ସମସ୍ତ ଟିଭି ଚାନେଲ, ଇଣ୍ଟରନେଟ ସେବା ଓ ଫୋନ୍‌କୁ ବନ୍ଦ କରିଦିଆଯାଇଛି। ସୁ କି ନଭେମ୍ବର ୮ରେ ଅନୁଷ୍ଠିତ ନିର୍ବାଚନରେ ଜାଲିଆତି କରି ବିଜୟୀ ହୋଇଥିବା ଅଭିଯୋଗକ୍ରମେ ସେନା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସଫେଇ ଦେଇଛି। ବର୍ଷକ ପାଇଁ ଜରୁରୀକାଳୀନ ସ୍ଥିତି ଜାରି ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ସୁ କି ସେନା ଶାସନକୁ ବିରୋଧ କରିବା ପାଇଁ ଜନତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଆହ୍ବାନ ଦେବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି। ଜାତିସଙ୍ଘଠାରୁ ଆରମ୍ଭ କରି ବିଭିନ୍ନ ଦେଶ ଏହି ଘଟଣାର ନିନ୍ଦା କରିବା ସହ ନିର୍ବାଚିତ ସରକାରକୁ ପୁନଃ ଅଧିଷ୍ଠିତ କରାଇବା ପାଇଁ ଆହ୍ବାନ ଦେଇଛନ୍ତି। ଏକଚ୍ଛତ୍ରବାଦୀ ଜୁଣ୍ଟା ବିରୋଧରେ ଲଢ଼େଇକରି ଦୀର୍ଘକାଳ କାରାଗାରରେ ବନ୍ଦିଥିବା ସୁ କି ମ୍ୟାର୍ର୍ମାରରେ ଅତ୍ୟନ୍ତ ଲୋକପ୍ରିୟ। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ୭୫ବର୍ଷୀୟା ଏହି ନେତ୍ରୀ ୨୦୧୫ରେ ଗଣତାନ୍ତ୍ରିକ ପ୍ରକ୍ରିୟାରେଦେଶର ଶାସନ ଭାର ଗ୍ରହଣ କରିଥିଲେ। ନଭ୍ମେବରରେ ଅନୁଷ୍ଠିତ ନିର୍ବାଚନ ପରେ ସେନା ଓ ସରକାରଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲା। ଏମିତିକି ସେନା କମାଣ୍ଡର ଇନ୍‌ ଚିଫ୍‌ଙ୍କ ସହିତ ସୁ କି’ଙ୍କର ସପ୍ତାହେ ଧରି କଥାବାର୍ତ୍ତା ନ ଥିଲା ବୋଲି କୁହାଯାଏ। ସୁ କି’ଙ୍କ ଦଳ ନ୍ୟାସ୍‌ନାଲ୍‌ ଲିଗ୍‌ ଅଫ୍‌ ଡିମୋକ୍ରାସି (ଏନ୍‌ଏଲ୍‌ଡି) ମୁଖପାତ୍ର କହିଛନ୍ତି ଯେ ସୋମବାର ସଂସଦର ପ୍ରଥମ ଅଧିବେଶସନ ବସିବାର ଥିଲା; କିନ୍ତୁ ଏହା ପୂର୍ବରୁ ସେନା ସ୍ଥିତି ବଦଳିଯାଇଛି। ନିର୍ବାଚନରେ କୌଣସି ଜାଲିଆତି ହୋଇ ନ ଥିବା ନିର୍ବାଚନ କମିସନ କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories