www.samajalive.in
Saturday, December 13, 2025
26.1 C
Bhubaneswar

ଖାଲେଦା ଜିଆଙ୍କୁ ଜାମିନ

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ବିଏନ୍‌ପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି) ଦଳର ନେତ୍ରୀ ବେଗମ ଖାଲେଦା ଜିଆଙ୍କୁ ସ୍ଥାନୀୟ ଅଦାଲତ ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଅର୍ଥ ହେରଫେର ମାମଲାରେ ଅଦାଲତ ଗତ ଫେବୃଆରୀ ୮ରେ ଜିଆଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ପାଞ୍ଚବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଅଦାଲତଙ୍କ ରାୟ ପରେ ଜିଆଙ୍କୁ ଜେଲ ପଠାଯାଇଥିଲା। ବର୍ତ୍ତମାନ ଜାମିନ ମିଳିଥିବାରୁ ଜିଆ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ସୂଚନା ମିଳିଛି। ତେବେ ଜିଆଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଥିବାରୁ ସେ ପୁଣି ଦୋଷୀସାବ୍ୟସ୍ତ ହେବାର ସମ୍ଭାବନା ରହିଛି।

୧୯୮୨ରେ ଜିଆଙ୍କ ସ୍ୱାମୀ ତଥା ବାଂଲାଦେଶର ତତ୍କାଳୀନ ସାମରିକ ଶାସକ ଜିଆଉର ରେହମାନଙ୍କୁ ସାମରିକ ବିଦ୍ରୋହ ଜରିଆରେ ହତ୍ୟା କରାଯିବାପରେ ବେଗମ ଜିଆ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ସଭାପତିଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଆସୁଛନ୍ତି। ୧୯୯୦ରେ ସାମରିକ ଶାସକ ଏଚ.ଏମ.ଏର୍ସାଦଙ୍କୁ ଗାଦିଚ୍ୟୁତ କରିବାପରେ ଜିଆ ବାଂଲାଦେଶରେ ଏକ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା କରିବା ସହ ଦୁଇ ଥର (୧୯୯୧-୯୬ ଓ ୨୦୦୧-୦୬) ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ। ୨୦୦୭ ନିର୍ବାଚନରେ ଜିଆ, ଦୁଇ ପୁତ୍ର ଓ ଦଳୀୟ ସମର୍ଥକଙ୍କୁ ପ୍ରାୟ ଦେଢ ବର୍ଷ ଜେଲରେ ରଖାଯାଇଥିଲା। ୨୦୧୪ରେ ବିଏନ୍‌ପି ନିର୍ବାଚନକୁ ବର୍ଜନ କରିବା ଫଳରେ ଶେଖ ହସିନା ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇପାରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories