www.samajalive.in
Friday, December 5, 2025
26.1 C
Bhubaneswar

ମାନିଲା ପାକିସ୍ତାନ; ବେଲୁଚ ଆନ୍ଦୋଳନ ଭଣ୍ଡୁର କରିବାକୁ ଚାହୁଁଛି ଚୀନ

ଇସଲାମାବାଦ: ପାକିସ୍ତାନ ଏବଂ ଚୀନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରିଆସୁଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନୀ ସେନାର ଜଣେ ଜେନେରାଲ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନରେ ବେଲୁଚ ସ୍ବାଧୀନତା ଆନ୍ଦୋଳନକୁ ଚୀନ ଭଣ୍ଡୁର କରିବା ଲାଗି ଉଦ୍ୟମ ଚଳାଇଥିବା ସେ ସ୍ବୀକାର କରିଛନ୍ତି। ବେଲୁଚ ଲୋକମାନଙ୍କ ସ୍ବାଧୀନତା ସଂଗ୍ରାମ ସମାପ୍ତ କରିବା ଲାଗି ବେଜିଂ ପାକିସ୍ତାନକୁ ୬ ମାସ ସମୟ ଦେଇଛି ବୋଲି ସେ କହିଛନ୍ତି।

ବାଂଲାଦେଶୀ ଖବରକାଗଜ ଦ ଡେଲି ସନ୍‌ ଏକ ରିପୋର୍ଟରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ ପାକିସ୍ତାନୀ ସେନାର ଜେନେରାଲ ଅୟମାନ ବିଲାଲଙ୍କ ମନ୍ତବ୍ୟରେ ଦର୍ଶାଯାଇଛି ଯେ, ବେଜିଂ ପକ୍ଷରୁ ପାକିସ୍ତାନୀ ସେନାକୁ ବେଲୁଚ ଆନ୍ଦୋଳନକୁ ଭଣ୍ଡୁର କରିବା କାର୍ଯ୍ୟ ଦିଆଯାଇଛି। ଏହି କାର୍ଯ୍ୟ ତାଙ୍କୁ (ଜେନେରାଲ) ପ୍ରଦାନ କରାଯାଇଛି। ତାଙ୍କୁ ୬ ମାସ ସମୟ ଦିଆଯିବା ସହିତ ସେଠାରେ ମୁତୟନ କରାଯାଇଛି। ଇରାନକୁ ପାକିସ୍ତାନର ସବୁଠୁ ବଡ଼ ଶତ୍ରୁ ଦର୍ଶାଇ ବିଲାଲ କହିଛନ୍ତି, ପାକ୍‌ ସେନା ଇରାନରେ ପ୍ରବେଶ କରିବ ଏବଂ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ।

- Advertisement -

ବିଲାଲ ଆହୁର କହିଛନ୍ତି, ଚୀନ ପକ୍ଷରୁ ତାଙ୍କୁ ଭଲ ବେତନ ସହିତ ବଡ଼ ଅଙ୍କର ଅର୍ଥ ପ୍ରଦାନ କରିଛି। ଆଞ୍ଚଳିତ ହିତ ପାଇଁ ଏବଂ ଚୀନ ପାକିସ୍ତାନ ଆର୍ଥିକ କରିଡର (ସିପିଇସି) ବିରୋଧରେ ଇରାନର ଷଡ଼ଯନ୍ତ୍ରକୁ ବିଫଳ କରିବା ସହିତ ଏହି ଅଞ୍ଚଳରେ ଭାରତ ବଢୁଥିବା ପ୍ରଭାବକୁ ରୋକିବା ପାଇଁ ତାଙ୍କୁ ମୁତୟନ କରାଯାଇଛି। ଆଞ୍ଚଳିକ ହିତ ପାଇଁ ଏହା ଏକ ପ୍ରକାର ନିବେଶ ବୋଲି ସେ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories