www.samajalive.in
Monday, December 8, 2025
13.1 C
Bhubaneswar

ଭାରତ ବିପକ୍ଷରେ ଘରୋଇ ସିରିଜ୍‌ ଖେଳିବା ବଡ଼ ଆହ୍ବାନ : ବଟଲର୍‌

ଚେନ୍ନଇ : ଭାରତ ବିପକ୍ଷରେ ଘରୋଇ କ୍ରିକେଟ୍‌ ସିରିଜ୍‌ ଖେଳିବା ଇଂଲଣ୍ଡ ଖେଳାଳିଙ୍କ ନିମନ୍ତେ ବଡ଼ ଆହ୍ବାନ ବୋଲି ମତ ଦେଇଛନ୍ତି ଏହି ଦଳର ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ଜୋସ୍‌ ବଟଲର୍‌। ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍, ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଓ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳାଯିବ। ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଚେନ୍ନଇରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ବଟଲର୍‌ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିବେ ଏବଂ ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡ ତରଫରୁ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ରେ ଖେଳିବାର ଆଶା ରହିଛି।
ଶନିବାର ବଟଲର୍‌ କହିଥିଲେ, ଇଂଲଣ୍ଡ ଓ ଭାରତରେ ଟେଷ୍ଟ ମ୍ୟାଚ୍‌ ଖେଳିବା ମଧ୍ୟରେ ଅନେକ ତଫାତ୍ ରହିଛି। ଇଂଲଣ୍ଡରେ​‌ ଗୋଟିଏ ଦଳ ୩୦୦ ରନ୍‌ ସ୍କୋର କଲେ ଭଲ ରନ୍‌ ହେଲା ବୋଲି କୁହାଯାଏ। ଅନ୍ୟପକ୍ଷରେ ଭାରତରେ ୬୦୦ ରନ୍‌ ସ୍କୋର ହେବା ଭଲ ରନ୍‌ ହେଲା ବୋଲି ଧରାଯାଏ। ତେଣୁ ଭାରତକୁ ତା’ ମାଟିରେ ପରାସ୍ତ କରିବାକୁ ହେଲେ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କୁ ଅଧିକରୁ ଅଧିକ ରନ୍‌ ସ୍କୋର କରିବାକୁ ପଡ଼ିବ। ଭାରତୀୟ ଦଳରେ ଅନେକ ତାରକା ବ୍ୟାଟସମ୍ୟାନ୍‌ଙ୍କ ସହ ଖ୍ୟାତନାମା ସ୍ପିନର ଓ ଦ୍ରୁତ ବୋଲର ରହିଥିବାରୁ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କୁ ସତର୍କ ରହିବାକୁ ହେବ ବୋଲି ସେ ସୂଚାଇ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ କ୍ରିକେଟ୍‌ ସିରିଜ୍‌ ଜୈବ ନିରାପତ୍ତା ବଳୟରେ ଖେଳାଯାଉଛି। ଜୈବ ନିରାପତ୍ତା ବଳୟରେ ଦୀର୍ଘଦିନ ଧରି ରହିବା ଖେଳାଳିଙ୍କ ନିମନ୍ତେ କଷ୍ଟସାଧ୍ୟ ହେଉଥିବାରୁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ତରଫରୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଖେଳାଳିଙ୍କୁ ବିଶ୍ରାମ ପ୍ରଦାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀଦିନ ଗୋଟିଏ ସିରିଜ୍‌ରେ କୌଣସି ଦଳର ସବୁ ଭଲ ଖେଳାଳିଙ୍କୁ ଦେଖିବାର ସୁଯୋଗ ଦର୍ଶକଙ୍କୁ ମିଳିବାର ସମ୍ଭାବନା କମ୍‌ ଥିବା ବଟଲର୍‌ ସ୍ପଷ୍ଟ କରି ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories