www.samajalive.in
Saturday, December 13, 2025
26.1 C
Bhubaneswar

କାମିକା ଏକାଦଶୀରେ ହନୁମାନଙ୍କୁ ପୂଜା କରିବାର ଉପାୟ

ଶ୍ରାବଣ ପରି ପବିତ୍ର ମାସର କୃଷ୍ଣ ପକ୍ଷ ଏକାଦଶୀକୁ କାମିକା ଏକାଦଶୀ କୁହାଯାଏ। ବେଦରେ ଏହାକୁ ଅତ୍ୟନ୍ତ ପୂଣ୍ୟଦାୟୀ ବୋଲି କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ନିଜେ ଏହି ବ୍ରତର ମହତ୍ତ୍ୱ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି ଏକାଦଶୀ ଦିନ ବ୍ରତ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଶାସ୍ତ୍ର ଅନୁସାରେ ବ୍ୟକ୍ତି ଶ୍ରାବଣ ମାସରେ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଦ୍ୱାରା ସମସ୍ତ ଦେବତା, ଗନ୍ଧର୍ବଙ୍କର ପୂଜା ହୋଇଥାଏ। କାମିକା ଏକାଦଶୀ କରୁଥିବା ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ଭଲ ଭାବେ ହୋଇଥାଏ। ଏହା ମଙ୍ଗଳବାର ଦିନ ପଡୁଥିବାରୁ ଅତ୍ୟନ୍ତ ଶୁଭ ଅଟେ। ଏହିଦିନ ଉଭୟ ବିଷ୍ଣୁ ଓ ହନୁମାନଙ୍କ ପୂଜା କରିବା ଦ୍ୱାରା ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ହନୁମାନ ଭଗବାନ ଶିବଙ୍କର ଅବତାର ଅଟନ୍ତି। ତେଣୁ ଆଜି ଏକାଦଶୀ ଦିନ ଭଗବାନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ। ଏହାଦ୍ୱାରା ସମସ୍ତ ପ୍ରକାର ଅସୁବିଧା ଦୂର ହେବା ସହ ଉନ୍ନତି ହୋଇଥାଏ।

ପୂଜା କରିବାର ଉପାୟ:
ଆଜିର ଦିନରେ ହନୁମାନଙ୍କ ମନ୍ଦିର ଯାଇ ପୂଜା କରିବା ଉଚିତ। ହନୁମାନଙ୍କୁ ଗୁଡ ଓ ଚଣାର ଭୋଗ ଲଗାନ୍ତୁ। ତାପରେ ସେଠାରେ ବସି ହନୁମାନ ଚାଳିଶା ପାଠ କରନ୍ତୁ।

- Advertisement -

ଏହି ଶୁଭ ଦିନରେ ଘରେ ପାରଦରେ ନିର୍ମିତ ହନୁମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପାରିବେ। ପାରଦ ହନୁମାନଙ୍କ ମୂର୍ତ୍ତି ପୂଜା କରିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ। ଏହାଦ୍ୱାର ସମସ୍ତ ପ୍ରକାରର ବାସ୍ତୁଦୋଷ ମଧ୍ୟ ଦୁର ହୋଇଥାଏ। ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।
ସନ୍ଧ୍ୟା ସମୟରେ ଭଗବାନ ରାମଙ୍କ ମନ୍ଦିରକୁ ଯାଆନ୍ତୁ। ସେଠାରେ ରାମ ଓ ହନୁମାନଙ୍କ ମୂର୍ତ୍ତି ନିକଟରେ ଶୁଦ୍ଧ ଗୁଆଘିଅରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଭଗବାନ ରାମ ଓ ହନୁମାନଙ୍କ କୃପା ପ୍ରାପ୍ତ ହୋଇ ପାରିବ।
ମନ୍ଦିରରୁ ଘରକୁ ଆସି ୭ଥର ହନୁମାନ ଚାଳିଶା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ସୃଷ୍ଟି ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories