www.samajalive.in
Sunday, December 14, 2025
23.1 C
Bhubaneswar

‘ତୈଳ ଦର ୧୦ ଟଙ୍କା ନ କମିଲେ ଫେବୃଆରୀ ୧୫ରେ ଓଡ଼ିଶା ବନ୍ଦ’

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ସରକାରଙ୍କ ସମୟରେ ଦର ବଢ଼ିଲେ ବିଜେପି ଏବଂ ବିଜେଡ଼ି ଆନ୍ଦୋଳନ କରୁଥିଲେ। ହେଲେ ଏବେ ବିଜେପି ଶାସନରେ ତୈଳ ଦର ବୃଦ୍ଧି ପାଉଥିବା ବେଳେ ବିଜେଡ଼ି ଚୁପ୍‌ ବସିଛ । ହେଲେ କଂଗ୍ରେସ ଚୁପ୍‌ ବସିବ ନାହିଁ। ଯଦି ତୁରନ୍ତ ସରକାର ତୈଳ ଦର ୧୦ ଟଙ୍କା ହ୍ରାସ ନ କରନ୍ତି, ତେବେ ଫେବୃଆରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ। ବ୍ରହ୍ମପୁରସ୍ଥିତ ଖଲିକୋଟ କଲେଜ ପଡ଼ିଆ ଠାରେ ଗଞ୍ଜାମ ଜିଲା କଂଗ୍ରେସ କମିଟି ତରଫରୁ ଆୟୋଜିତ ମହାତ୍ମାଗାନ୍ଧୀ ତିରୋଧାନ ଦିବସ ଅବସରରେ ଯୋଗଦେଇ ନିରଞ୍ଜନ ଉପରୋକ୍ତ ବକ୍ତବ୍ୟ ରଖିଛନ୍ତି। ଏଥି ସହ ସେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories