www.samajalive.in
Saturday, December 13, 2025
26.1 C
Bhubaneswar

ତଲାବିରା କୋଇଲା ଖଣିର ସୁରକ୍ଷା ପାଇଁ ଏନ୍‍.ଏଲ୍‍.ସି ଏବଂ ଓଡିଶା ଇଣ୍ଡଷ୍ଟ୍ରିଆଲ୍‍ ସିକ୍ୟୁରିଟି ଫୋର୍ସ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠିତ ଏନ୍‍.ଏଲ୍‍.ସି କମ୍ପାନୀର ତଲାବିରା (୨) ଏବଂ (୩) କୋଇଲା ଖଣିର ସୁରକ୍ଷା ନିମନ୍ତେ ଏନ୍‍.ଏଲ୍‍.ସି କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୨ ମସିହାରେ ଗଠିତ ଓଡିଶା ଇଣ୍ଡଷ୍ଟ୍ରିଆଲ୍‍ ସିକ୍ୟୁରିଟି ଫୋର୍ସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା କମ୍ପାନୀ ସୁତ୍ରରୁ ପ୍ରକାଶ।

ଗତ ୨୯ ତାରିଖ ଦିନ ରାଜଧାନୀ ଭୁବନେଶ୍ୱର ଠାରେ ଏନ୍‍ଏଲ୍ସିର ନିର୍ବାହୀ ନିର୍ଦ୍ଦଶକ ସୁରେଶଚନ୍ଦ୍ର ସୁମନ, ଓ.ଆଇ.ଏସ୍‍.ଏଫର କମାଣ୍ଡେଣ୍ଟ ସୁବାଷଚନ୍ଦ୍ର ତ୍ରିପାଠୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଅତିରିକ୍ତ ଡି.ଜି(ଏସଏପି) ଆର୍‍.ପି.କୋଚେ, ଏ.କୁମାର ଡିଆଇଜି,(ଏସ୍‍ଏପି), ଓଏପିଏସ୍‍- ୧ ଓଆଇଏସ୍‍ଏଫ୍‍ କମାଣ୍ଡେଣ୍ଟ ଟି.କେ ପ୍ରଧାନ, ରୋହିତପାଣ୍ଡେ ସି.ଆର.ଏମ୍‍ ଭୁବନେଶ୍ୱର, ଏନ୍‍ଏଲ୍‍ ସି ଆଇଏଲର ଉପଦେଷ୍ଟା ପି.ସି ପାଣିଗ୍ରାହୀ ସମେତ ଏନ୍‍ଏଲ୍‍.ସି କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ଓ.ଆଇ.ଏସ୍‍ଏଫର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଫେବୃଆରି ୧ ତାରିଖରୁ ଓଡିଶା ଇଣ୍ଡଷ୍ଟ୍ରିଆଲ୍‍ ସିକ୍ୟୁରିଟି ଫୋର୍ସ ତଲାବିରା (୨) ଏବଂ (୩) ଖଣିର ସୁରକ୍ଷା ଏବଂ ଶାନ୍ତି ରକ୍ଷା ପାଇଁ ମୁତୟନ ରହିବେ ବୋଲି ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories