www.samajalive.in
Sunday, December 14, 2025
26.1 C
Bhubaneswar

୨ ବାଇକ ଚୋର ସହ ୪ ଛେଳି ଚୋରଙ୍କୁ ଧରିଲା ଟକିରି ପୁଲିସ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପୁଲିସକୁ ମିଳିଛି ବଡ ସଫଳତା। ଟିକିରିଥାନା ଏସଆଇ ବିକାଶ ପ୍ରଧାନଙ୍କ ନେତୃତରେ ଏକ ଟିମ ଶନିବାର ୨ ବାଇକ ଚୋରଙ୍କ ସହ ୪ ଛେଳି ଚୋରକୁ ଧରିଛି। ଏହା ସହ ୨ ବାଇକ ଚୋରଙ୍କ ଠାରୁ ୩ଟି ଚୋରା ବାଇକ ଜବତ କରିଛି ଟକିରି ପୁଲିସ।

ସୂଚନା ଅନୁଯାୟୀ, ଟିକିରି ଥାନାରେ ଏକ ବାଇକ ଚୋରି ହୋଇଥିବା ନେଇ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା। ଏନେଇ ଟିକିରି ପୁଲିସ ଘଟଣାର ତଦନ୍ତ କରିବା ସହ ଛାନଭିନ ଆରମ୍ଭ କରିଦେଇଥିଲେ। ଏନେଇ ଆଜି ବାଇକ ଚୋରିରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କ ସହ ଛେଳି ଚୋରିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହ ୩ ଟି ଚୋରି ବାଇକ ଜବତ କରିଛି। ଚୋରି ବୋଇକ ମଧ୍ୟରୁ ଗୋଟିଏ ଟିକିରି ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇଟି ରାୟଗଡା ଥାନା ଅଞ୍ଚଳର ବୋଲି ଟିକିରି ପୁଲିସ ସୂଚନା ଦେଇଛି। ୨ଜଣ ବାଇକ ଚୋରଙ୍କ ମଧ୍ୟରୁ ଜଣେ କୁମ୍ଭିକଟା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ଧରମାଗୁଡା ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି। ସେହିପରି ୪ ଜଣ ଛେଳି ଚୋରି ଗ୍ୟାଙ୍ଗ କୁମ୍ଭିକୋଟା, ଧରମାଗୁଡା, କୋରାପୁଟ, ପଡାଗଡ ଅଞ୍ଚଳର ବୋଲି ଟିକିରି ପୁଲିସ ସୂଚନା ଦେଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories