www.samajalive.in
Saturday, December 13, 2025
26.1 C
Bhubaneswar

ଅନନ୍ତନାଗରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତ ଆତଙ୍କବାଦୀମାନେ ଐସା ଫଜ୍‌ଲି, ସୟଦ ଓୱେସି ଓ ସବ୍‌ଜାର ଅହମ୍ମଦ ସୋଫି ବୋଲି ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ଫଜ୍‌ଲି ଶ୍ରୀନଗର ବାସିନ୍ଦା ହୋଇଥିବାବେଳେ ଓୱେସି ଓ ସୋଫି ଅନନ୍ତନାଗ ଜିଲାର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

ମୃତ ଆତଙ୍କବାଦୀଙ୍କଠାରୁ ଏକେ-୪୭ ରାଇଫଲ, ପିସ୍ତଲ, ହାତବୋମା ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଫଜ୍‌ଲି ଓ ଓୱେସି ଯଥାକ୍ରମେ ତେହେରିକ୍‌-ଇ-ମୁଜାଉଦ୍ଦିନ ଓ ହିଜବୁଲ ମୁଜାଉଦ୍ଦିନ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡିଛି। ଅନନ୍ତନାଗ ଜିଲାର ହାକୁରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ରବିବାର ବିଳମ୍ବିତ ରାତିରେ ଭାରତୀୟ ଯବାନଙ୍କୁ ସୂଚନା ମିଳିଥିଲା। ରାଷ୍ଟ୍ରୀୟ ରାଇଫଲ୍‌ସ, ସିଆରପିଏଫ୍‌ ଓ ଜାମ୍ମୁ କାଶ୍ମୀର ପୁଲିସର ମିଳିତ ବାହିନୀ ତୁରନ୍ତ ସେହି ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ। ଉଭୟପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ଚାଲିଥିଲେ ସୁଦ୍ଧା ରାତି ହୋଇଯିବାରୁ କାର୍ଯ୍ୟାନୁଷ୍ଠାନକୁ ଆପାତତଃ ସ୍ଥଗିତ ରଖାଯାଇଥିଲା। ତେବେ ଭାରତୀୟ ଯବାନ ଘେରାଉ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ସୋମବାର ଭୋର ସମୟରେ ପୁଲିସ ଯବାନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଏଥିରେ ତିନିଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

- Advertisement -

ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯିବାପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଶ୍ରୀନଗର ସମେତ ଦକ୍ଷିଣ କାଶ୍ମୀରର ଅଧିକାଂଶ ସମ୍ବେଦନଶୀଳ ସ୍ଥାନରେ ପ୍ରତିଶେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଶ୍ରୀନଗର ବାସିନ୍ଦା ହୋଇଥିବାରୁ କାଳେ ସ୍ଥାନୀୟ ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିବେ, ସେହି ଆଶଙ୍କାରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଶ୍ରୀନଗର ସହରର ମହାରାଜାଗଞ୍ଜ, ସଫାକଦାଲ, ରାଇନାୱାଡି, ନୌହାଟ୍ଟା, ଖାନ୍‌ୟାର ଓ ସୌରା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ଶ୍ରୀନଗରର ସବୁ ସ୍କୁଲ କଲେଜକୁ ବନ୍ଦ ରଖାଯିବା ସହ ଇଣ୍ଟରନେଟ ସେବାକୁ ରଦ୍ଦ କରାଯାଇଛି। ସୋମବାର କାଶ୍ମୀର ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାଗୁଡିକୁ ସ୍ଥଗିତ ରଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories