www.samajalive.in
Saturday, December 13, 2025
26.1 C
Bhubaneswar

କେରଳ ଓ ତେଲେଙ୍ଗାନାରେ ପର୍ବତାରୋହଣ ନିଷିଦ୍ଧ

ତିରୁଅନନ୍ତପୁରମ୍‌ : ତାମିଲନାଡୁର କୁରୁଗୁମାଲାଇ ଜଙ୍ଗଲରେ ନିଆଁ ଲାଗି ୯ଜଣ ପର୍ବତାରୋହୀଙ୍କର ମୃତ୍ୟୁ ହେବା ପରେ କେରଳ ଓ ତେଲେଙ୍ଗାନା ସରକାର ରାଜ୍ୟରେ ପର୍ବତାରୋହଣକୁ ନିଷିଦ୍ଧ କରିଛନ୍ତି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଜଙ୍ଗଲରେ ପର୍ବତାରୋହଣ ଭଳି କୌଣସି କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ଏଥିପାଇଁ ଜଙ୍ଗଲର ସମସ୍ତ ପର୍ବତାରୋହଣ ମାର୍ଗକୁ ବନ୍ଦ କରିବା ଲାଗି ଜଙ୍ଗଲ ବିଭାଗକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ମଧ୍ୟ ଟୁର ଅପରେଟରଙ୍କୁ ଅନୁରୂପ ନିର୍ଦେଶନାମା ଜାରି କରିଛି। ଗ୍ରୀଷ୍ମ ଋତୁରେ ପର୍ବତାରୋହଣ ଓ ଜଙ୍ଗଲ ମଧ୍ୟରେ ଦୁଃସାହସିକ ଯାତ୍ରା ପାଇଁ ବହୁସଂଖ୍ୟାରେ ପର୍ଯ୍ୟଟକ କେରଳ ଯାଇଥାନ୍ତି। ତେବେ ଗ୍ରୀଷ୍ମ ଋତୁରେ କେରଳ, ତାମିଲନାଡୁ ଓ କର୍ଣ୍ଣାଟକର ଜଙ୍ଗଲରେ ନିୟମିତ ନିଆଁ ଲାଗିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories