www.samajalive.in
Monday, December 8, 2025
13.1 C
Bhubaneswar

ସୁନ୍ଦରଗଡ଼ ବୋହୂ ଦେଶରେ ସବୁଠୁ ସୁନ୍ଦରୀ: ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ କମଲ ନବଦୀପ କୌର

 

ସୁନ୍ଦରଗଡ଼ କେବଳ ହକିର ଗଡ଼ ନୁହେଁ । ସୁନ୍ଦରୀଙ୍କ ଗଡ଼ ବୋଲି ବି ଏବେ ପ୍ରମାଣିତ ହୋଇଛି । ସୁନ୍ଦରଗଡ଼ର ବୋହୂ ହୋଇଛନ୍ତି ଦେଶର ଶ୍ରେଷ୍ଠ ସୁନ୍ଦରୀ। ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସୁନ୍ଦରଗଡ଼ ବୋହୂ କମଲ ନବଦୀପ କୌର ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି । ରାଉରକେଲା ଉପାନ୍ତବର୍ତୀ ଶିଳ୍ପ ସମୃଦ୍ଧ କାଂଶବାହାଲ ଅଞ୍ଚଳର ନବନୀତ ସୁନ୍ଦରୀ ମୁକୁଟ ଜିତି ସ୍ଥାନୀୟ ଅଞ୍ଚଳ ଓ ଜିଲା ପାଇଁ ଗୌରବ ଆଣିଛନ୍ତି ।

- Advertisement -

ଗତ ଅକ୍ଟୋବର ମାସରୁ ଅନଲାଇନରେ ସାରା ଦେଶର ବିବାହିତା ମହିଳାମାନଙ୍କୁ ନେଇ କରାଯାଇଥିବା   ବିଭିନ୍ନ ପର୍ଯ୍ୟାୟ ପ୍ରତିଯୋଗିତା ପରେ ମୁମ୍ବାଇରେ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ  ନବଦୀପ କୌର ବିଜୟୀ ହୋଇଛନ୍ତି ।

ନିଜର ଏହି ସଫଳତା ପାଇଁ ଆନନ୍ଦରେ ଆତ୍ମହରା ହୋଇଛନ୍ତି ନବଦୀପ । ସେ କହିଛନ୍ତି ଏହି ଜାତୀୟସ୍ତରର ପ୍ରତିଯୋଗିତାରେ ବିଜୟୀ ହେବା ମୋ ପାଇଁ ଗୌରବ । ଏହି ସଫଳତାର ଶ୍ରେୟ ମୋର ପରିବାର ଓ ସ୍ଥାନୀୟ ବାସିନ୍ଦାମାନଙ୍କର । ଯେଉଁମାନେ ମୋତେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥିଲେ ।

ଏହି ପ୍ରତିଯୋଗିତାରେ ସାରା ଦେଶରୁ ୬୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଓ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଚଳଚ୍ଚିତ୍ର ଅଭିନେତା ବିବେକ ଓବରାୟ, ସୋହା ଅଲ୍ଲୀ ଖାନ୍, ୨୦୨୦ ମିସେସ ୱାର୍ଲଡ଼ ବିଜୟିନୀ କରୋଲାଇନ ଜୁରି, କାର୍ଯ୍ୟକ୍ରମର ନିର୍ଦେଶିକା ମୋହିନୀ ଶର୍ମା,  ଡ଼ିଜାଇନର ମୌସୁମୀ ବାୱାୱାଲା ଏହି ପ୍ରତିଯୋଗିତାରେ ବିଚାରକ ରହିଥିଲେ ।

ନବଦୀପଙ୍କର ଏହି ସଫଳତା ଖବର ପହଞ୍ଚିବା ପରେ ସାରା ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନାରେ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜେନ ଏକ୍କା ତାଙ୍କ ସମର୍ଥକଙ୍କ ସହ ବିଲେଇଗଡରେ ପହଞ୍ଚି ନବଦୀପଙ୍କୁ ସ୍ବାଗତ କରିଛନ୍ତି ।

ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜେନ ଏକ୍କା ତାଙ୍କ ସମର୍ଥକଙ୍କ ସହ ବିଲେଇଗଡରେ ପହଞ୍ଚି ନବଦୀପଙ୍କୁ ସ୍ବାଗତ କରିଛନ୍ତି । ନବଦୀପ ଜଣେ ରକ୍ଷଣଶୀଳ ପରିବାରର ବୋହୂ ହୋଇଥିଲେ ମଧ୍ୟ ତାଙ୍କ ଶ୍ବଶୁର ଘର ଲୋକେ ତାଙ୍କୁ ସମସ୍ତ ସହଯୋଗ କରିଛନ୍ତି ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories